କେନ୍ଦୁପତ୍ର ତୋଳାଳୀ , ଚପରାସୀ ଓ ମନସୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ : କେନ୍ଦୁମୁଣ୍ଡି ସେକ୍ସନ ଫରେଷ୍ଟର କୁ ବଦଳୀ ଦାବୀ

ପାଟଣାଗଡ଼- : କେନ୍ଦୁପତ୍ର ପଶ୍ଚିମ ଓଡ଼ିଶାର ଏକ ଅର୍ଥକାରୀ ଫସଲ ! କେନ୍ଦୁପତ୍ର ଉପରେ ନିର୍ଭର କରି ଲକ୍ଷ୍ୟାଧିକ ପରିବାର କିଛି ମାସ ପରିତ୍ରାଣ ହେଉଛନ୍ତି ! କେନ୍ଦୁପତ୍ର ଜୀବନ ଜୀବିକା ର ଅନ୍ୟ ଏକ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ ! ପ୍ରବଳ ଖରା ରେ ମହିଳା ମାନେ ନିଜ ନିଜ ପିଲା ଛୁଆ କୁ ଛାଡି କେତେ ପରିଶ୍ରମ କରି ନିଜ ଜୀବନ କୁ ବାଜି ଲଗେଇ କେନ୍ଦୁପତ୍ର ତୋଳିଥାନ୍ତି ! ନା ଜୀବଜନ୍ତୁ କୁ ଡରଥାଏ, ନା ସାପ କିମ୍ବା ବିଷଧର କୀଟ ପତଙ୍ଗକୁ ଡରଥାଏ ! ବହୁତ କଷ୍ଟରେ ପତ୍ର ସଂଗ୍ରହ କରିଥାନ୍ତି ! ପତ୍ର ତୋଳି ଘରକୁ ଆସି ପୁଣି ପତ୍ର ବନ୍ଧେଇ କାର୍ଯ୍ୟରେ ଲାଗି ପଡନ୍ତି , ଗୋଟିଏ ପଟେ ରନ୍ଧା କାର୍ଯ୍ୟ ଥାଏ ତ ଗୋଟିଏ ପଟେ ନିଜ ପିଲା ଛୁଆ କୁ ଦେଖା କରିବା ! ପତ୍ର କୁ ବାନ୍ଧି ସାରିଲା ପରେ ପାଖରେ ଥିବା ଫଡ଼ି ଘରକୁ ଶୁଖେଇ ନିଅନ୍ତି ! ଏହି ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ଅତ୍ୟାଚାର ବଢିଯାଏ , କେତେ କଟନୀ ଛଟଣି କେତେ ନୀତି ନିୟମ ଦେଖେଇଥାନ୍ତି ! ସେ ଭିତରେ ମନସୀ , ଚପରାସି ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ କେତେ ତାଗିତ କରିଥାନ୍ତି , କାମ ଉପରେ କାମର ବୋଝ ଦେଇ ଚାଲି ଥାନ୍ତି ! ପ୍ରତ୍ୟେକ ବର୍ଷ ଫଡ଼ି ମରାମତି ନାଁ ରେ ଅର୍ଥ ଶ୍ରାଦ୍ଧ କରି ହରିଲୁଟ କରି ମନସୀ , ଚପରାସୀ ମାନଙ୍କ ମୁଣ୍ଡରେ ଅଠା ବୋଲି ଦିଅନ୍ତି ! କେତେ କେତେ ଜାଗାରେ ନଡ଼ା ବଦଳରେ ସାଧା ପୁଆଲ ଦେଇ ଦେଉଛନ୍ତି ! ଫଡ଼ିର ମରାମତି କାମରେ ଲାଗିଥିବା ଶ୍ରମିକ ମାନଙ୍କୁ ମଧ୍ୟ ପାଉଣା ଦେବାରେ ବିଳମ୍ବ , ମନସୀ , ଚପରାସି ମାନେ ନିଜ ପଇସା ରେ ବିଭିନ୍ନ ସାମଗ୍ରୀ ଲଗେଇଥିଲେ ମଧ୍ୟ ତାର ପାଉଣା ପାଇବା ବିଳମ୍ବ କରିଥାନ୍ତି ! ତୋଳାଳୀ ମାନଙ୍କ ପତ୍ର ଖରଦୀ କରିବା ବଦଳରେ ମନସୀ,ଚପରାସି ମାନଙ୍କୁ ଟାର୍ଗେଟ ସରିଗଲା ବୋଲି ଧମକ ଚମକ ଦେଇଥାନ୍ତି ! କେନ୍ଦୁପତ୍ର ମିଳୁଥିଲେ ମଧ୍ୟ ପତ୍ର ନ ତୋଳିବା ପାଇଁ ବାଧ୍ୟ କରୁଛନ୍ତି ! ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଅନେକ ସେକ୍ସନ ରେ କେତେ ଜଣ ଫରେଷ୍ଟର ଠିକ କାର୍ଯ୍ୟ ତୁଲାଇ ତୋଳାଳୀ , ଚାପରଶି ଓ ମନସୀ ମାନଙ୍କ ହୃଦୟ ଜିତିଥିବା ବେଳେ ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସେକ୍ସନ ର ଫରେଷ୍ଟର ଅନ୍ତର୍ଯ୍ୟାମୀ ପଟେଲ ମାନମୁଖୀ ଶାସନ ଚଳାଉଛନ୍ତି ! କେନ୍ଦୁମୁଣ୍ଡି ସେକ୍ସନ୍ ର ଗୁହରିଆମୁଣ୍ଡା ଫଡି ରେ ପତ୍ର ତୋଳି ଥିବା ବେଳେ ରିପୋଟ ନେବାକୁ ଚେକର୍ କୁ ସିଧା ସଳଖ ମନା କରିଥିଲେ ଫରେଷ୍ଟର ବାବୁ ଜଣକ , କାରଣ ସେହି ଫଡି ର ଚପରାଶି ତା ଦୁଇ ଦିନ ଆଗରୁ ଗୋଛା କଟା ଦରମା ଆଜ କୁ ଚାରି ମାସ ହେବ ପାଇନାହାନ୍ତି ଏବଂ ଫଡି ରିପିଆର୍ ପଇସା ମାଗିବାରୁ ଫରେଷ୍ଟର ଓ ଚପରାସି ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ! ପୋଗ୍ରାମ ର ଆଲ ଦେଖାଇ ମୁନସି ଚପରସି କୁ ବିନା ପୋଗ୍ରାମ ରେ ପତ୍ର ଖ୍ରଦି କରିଛ ବୋଲି ଭୁଆଁ ବୁଲଉଛନ୍ତି ! ଏ ବିଷୟ ରେ DFO ଓ ରେଞ୍ଜର୍ ଙ୍କୁ ଅବଗତ କରାଇ ଥିଲେ ମଧ୍ୟ୍ୟ ତା ଉପରେ ସମାଧାନ କରୁ ନାହାନ୍ତି ! ଯଦି ପତ୍ର ତୋଳା ର ରିପୋଟ ନ ନେବେ ତୋଲଲି ଙ୍କୁ କେମିତି ପଇସା ମିଳିବ , ତୋଳାଳୀ , ଚପରାଶି ଓ ମନସୀ ମାନଙ୍କୁ ଭଲ ବ୍ୟବହାର ଦେଖାଉନାହାନ୍ତି ! ଠିକ ଭାବେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି ଏଣୁ ଏହି ଫରେଷ୍ଟର କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରୁବାକୁ ଦୃଢ଼ ଦାବୀ କରାଯାଇଛି ! ତୋଳାଳୀ , ମନସୀ ଓ ଚପରାସି ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ , ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓଡ଼ିଶା , ପି ସି ସି ଏଫ ଓଡ଼ିଶା ଭୁବନେଶ୍ୱର ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ! ଆଜିର ଦାବିପତ୍ର ପ୍ରଦାନ ସମୟରେ ଗିରିରାଜ ଭୋଇ , ଲଳିତ ମଲ୍ଲିକ , ବାଳମକୁନ୍ଦ କୁଅଁର , କୁଞ୍ଜବିହାରି ଧରୁଆ , ନିହାର ଧରୁଆ , ଚୈତନ୍ୟ ସୁନା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ !

Leave A Reply

Your email address will not be published.