ସମ୍ବଲପୁର ବ୍ରହ୍ମପୁର ରେଳପଥ ସୁବର୍ଣ୍ଣପୁର ଦେଇ ଯିବାର ଏକ ପ୍ରସ୍ତାବ ଦେଇଥିବା କଥା ପ୍ରକାଶ କଲେ ମାନ୍ୟବର ପରିବହନମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା
ସୁବର୍ଣ୍ଣପୁର – ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କୁ ସୁବର୍ଣ୍ଣପୁରସ୍ଥିତ ବାସଭବନରେ ସାକ୍ଷାତକରି ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ। ପ୍ରସ୍ତାବିତସମ୍ବଲପୁର ଗୋପାଳପୁର ରେଳପଥ ସୁବର୍ଣ୍ଣପୁରଦେଇଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ସଚେତନ ନାଗରିକ ମଞ୍ଚ ଖୁସି ବ୍ୟକ୍ତ କରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ , ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଦେବାକୁ ଅନୁରୋଧ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେର ଙ୍କ ସମେତ ପୂର୍ବତନ ନଗର ପାଳ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପପୁରୋହିତ ,ଦୁଃଖିରାମ ନାୟକ ,ବିନୋଦ ମେହେର, ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ, ,ସୂର୍ଯ୍ୟ ନାରାୟଣ ଦାସ,ନବଘନ ସାଣ୍ଢ,ପଞ୍ଚାନନ ବାରିକ, ଶିବରାମ ମହାପାତ୍ର,ଅମିତ କୁମାରସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।