ମନ୍ଦିର ନିର୍ମାଣ ନହୋଇ ୪୯ ହଜାର ଟଙ୍କା ହଡ଼ପ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅତର୍ଗତ  ବିଷ୍ଣୁ ପୁର ପଞ୍ଚାୟତର ବିଷ୍ଣୁ ପୁର ଗ୍ରାମର ସୁରବଲ୍ଲଭି ଶୀତଳା ଠାକୁରାଣୀଙ୍କ ଆସ୍ଥାନ ସମ୍ମୁଖ ରେ ଶନିବାର ପୂର୍ବାହ୍ନ ରେ ସୁରବଲ୍ଲଭି ଶୀତଳା ଠାକୁରାଣୀ କମିଟି ଓ ଗ୍ରାମବାସୀ ମିଳିତ ସହଯୋଗ ରେ ଏକ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଅନୁଦାନ ପାଣ୍ଠିରୁ ଗ୍ରାମ ଦେବୀ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନକରି ଠିକାଦାର ସରୋଜ ଦାସ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ବିଜୟ ରାଉଳଙ୍କୁ ଭଲ ଅଙ୍କର ର ପିସି ଦେଇ ଏକ ଲକ୍ଷ ଉଣେଇଶ ହଜାର ଟଙ୍କାର ର ବିଲ ପ୍ରସ୍ତୁତ କରି ଅଣପଚାଷ ହଜାର ଟଙ୍କା ଉଠେଇ ହଡ଼ପ ପାରିଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ବିଧାୟକ ଙ୍କ ପାଣ୍ଠି ରୁ ଆସିଥିବା ଟଙ୍କାରେ କୌଣଷି କାର୍ଯ୍ୟ ହୋଇନଥିବା ବେଳେ କିପରି ମିଛ ରେ ଏତେ ଟଙ୍କାର ବିଲ ବିଭାଗୀୟ ଅଧିକାରୀ ଶ୍ରୀ ରାଉଳ କରି ପାରିଲେ ଓ  ୬/୪ /୨୦୨୧ ରିଖ ରେ ଠିକା ଦାର ଶ୍ରୀ ଦାସ କିପରି କାମ ନକରି  ବିଲ ଉଠାଇ ନେଲେ ଏହାର ତଦନ୍ତ କରାଯାଇ ଠିକାଦାର ଓ ବିଭାଗୀୟ ଅଧିକାରୀ କଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଓ ଠାକୁରାଣୀ କମିଟି ର ସଦସ୍ୟ ମାନେ ଦାବି ରଖିଛନ୍ତି। ରାଜନୈତିକ ଅଭିସନ୍ଧି ରଖି ବଦନାମ କରିବାକୁ ପ୍ରୟାସ ବୋଲି ଠିକାଦାର ତଥା ବିଷ୍ଣୁ ପୁର ପଞ୍ଚାୟତର ବିଜେଡ଼ି ସଭାପତି ସରୋଜ ଦାସ କହିଛନ୍ତି ।ଏହାଛଡା  ଠିକାଦାର ଶ୍ରୀ ଦାସ କହନ୍ତି ତତ୍କାଳୀନ ଠାକୁରାଣୀ କମିଟି ର ସଦସ୍ୟ ଓ ଗ୍ରାମବାସୀ ଉକ୍ତ ଟଙ୍କାରେ ଶିବ ମନ୍ଦିର ର ପ୍ଲାଷ୍ଟର କାର୍ଯ୍ୟ କରିବାକୁ ସିଦ୍ଧାନ୍ତ ନେଇ ଥିଲେ। ତେଣୁ ପ୍ରଥମ ପର୍ଯ୍ୟାୟ ରେ ଅଣାପଚାଷ ହଜାର ଟଙ୍କାର ବିଲ ହୋଇ ସେଥିରୁ ୩୮ ହଜାର ଟଙ୍କା ଉଠାଇ ବାଉଁଶ ପାଇଁ ଅଗ୍ରୀମ ଦିଆ ଯାଇଥିଲା ମାତ୍ର କିଛି ଗ୍ରାମବାସୀ ଶୀତଳା ଠାକୁରାଣୀଙ୍କନାମରେ ମଞ୍ଜୁରୀ ଟଙ୍କାରେ ଶୀତଳ ମନ୍ଦିର ତିଆରି ହେବ କିନ୍ତୁ ଶିବ ମନ୍ଦିରର ହୋଇପାରିବ ନାହିଁ ବୋଲି କହିବାରୁ ବିବାଦ ଆରମ୍ଭ ହୋଇଥିଲା। ତାହାର ସମାଧାନ ହୋଇ ନପାରିବାରୁ  ଆଜିଯାଏ କାମ ହୋଇପାରିନାହିଁ। ଉଠା ଯାଉଥିବା ଟଙ୍କା ଜମା ଅଛି ଖୁବ ଶୀଘ୍ର ଶୀତଳା ଠାକୁରାଣୀ ଙ୍କ ମନ୍ଦିର କାର୍ଯ୍ୟ ଆରମ୍ଭ ହେବ। ଏ ବିଷୟ ରେ ବିଡିଓ ଦୀପକ କୁମାର ଦାସ କାନ୍ତି ବିଷ୍ଣୁ ପୁର ର ଗ୍ରାମବାସୀ ଏ ବିଷୟ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାହା ବ୍ଲକ ଡେଭ୍ଳାମେଣ୍ଟ ବିଭାଗକୁ ତଦନ୍ତ କରିବା ପାଇଁ ଦିଆଯାଇଛି। ଉକ୍ତ କାର୍ଯ୍ଯ ଦାୟିତ୍ବରେ ଥିବା ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଉଳ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ଯ ଯୋଗାଯୋଗ ସମ୍ଭବ ହୋଇନଥିଲା।

Leave A Reply

Your email address will not be published.