ଲହୁଣୀପଡ଼।: ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ଥାନା ଅଞ୍ଚଳର ପିତାଗାଁ ଠାରେ ଜଣେ ନକଲି ବିଦେଶୀ ମଦ କାରଖାନା ଚଳାଉ ଥିବା ବେଳେ ଖବର ପାଇ ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ପିତାଗାଁ ରେ ନକଲି ବିଦେଶୀ ମଦ କାରବାର କାରଖାନା ଚଲାଉଥିବା ବେଳେ ଅତର୍କିତ ଚଢାଉ କରି ୧୧୫ ବୋତଲ ଦାମୀ ମଦ ସହ ନକଲି ସିଲ ଠିପି , ମଦ ତିଆରି ଲେବୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡ଼ିଛି ।ଘଟଣାରୁ ପ୍ରକାଶ ଯେ ପିତାଗାଁର ମାଗାଂ ତିର୍କି ନାମକ ଜଣେ ବିଦେଶୀ ମଦ ରାଜ୍ୟ ବାହାରୁ କମ୍ ଦାମର ଆଣି ଏଠାରେ ଦାମି ଲେବୁଲ ଲଗାଇ ଛୋଟ ବଡ ଖାଲି ବୋତଲ ସଂଗ୍ରହ କରି ରାଜ୍ୟ ବାହାରୁ ଆଣି ଥିବା ବିଦେଶୀ ମଦ ବୋତଲରେ ଭର୍ତ୍ତି କରିବା ସହ ନୁତନ ଭାବେ ଲେବୁଲ ଲାଗାଇ ବଜାର ବିକ୍ରି କରୁଥିଲା।ତେବେ ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ବିଭାଗର ଅଧିକାରୀ ସବଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ, ହେମ ମଞରୀ ବିଶ୍ବାଳ ସ୍ଵୟମ ସୁଧା ସାହୁ ପ୍ରମୁଖ ସାମିଲ ହୋଇ ଚଢାଉ କରିଥିଲା।