ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଠାକୁରାଣୀବେଢ଼ା ଗ୍ରାମରେ ୧୮/୨/୨୦୧୮ ମସିହା ଅପରାହ୍ନ ୨.୪୫ ପାଖାପାଖି ସମୟରେ ପୂର୍ବ ଶତ୍ରୁତାକୁ ନେଇ ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ଯେ ଠାକୁରାଣୀ ବେଡା ଗ୍ରାମର ସଚିନ୍ଦ୍ର ପ୍ରସାଦ ମହାନ୍ତ(୫୫) ଦୋକାନକୁ ସଉଦା ଆଣିବାକୁ ଯାଉଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ବୁଧିରାମ ବିନ୍ଧାଣି ଏକ ଶାଳ ବାଡ଼ିରେ ସଚିନ୍ଦ୍ରକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପରେ ବାରିପଦା ହସ୍ପିଟାଲର ଏବଂ କଟକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସଚିନ୍ଦ୍ରଙ୍କର କଟକରେ ମୃତ୍ୟୁ ହୋଇଥିଲା ।ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଥାନାରେ କେଶ ନମ୍ବର ୧୩/୨୦୧୮ ରୁଜୁ ହୋଇଥିଲା । ଏହାକୁ ନେଇ ତଦକାଳୀନ ଥାନାଧିକାରୀ ରଂଜନ କୁମାର ସେଠୀ ତଦନ୍ତ କରିଥିଲେ । ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ତଦନ୍ତ ରିପୋର୍ଟ, ପାରିପାର୍ଶ୍ବିକ ଅବସ୍ଥା ଏବଂ ୧୯ ଜଣଙ୍କ ସାକ୍ଷୀଙ୍କ ବୟାନକୁ ନେଇ ଆଜି (ବୁଧବାର ) ଦିନ ଅଭିଯୁକ୍ତ ବୁଧିରାମ ବିନ୍ଧାଣି(୪୯)ଙ୍କୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ୨ଵର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି