ସୁକିନ୍ଦା ଖଣି ଉପତ୍ୟକା ବଣ ପାହାଡ଼ ଭରା ଜଙ୍ଗଲ ମଧ୍ୟରେ ପୁରୀ ରହିଛି ଅନେକ ପ୍ରକାରର ବହୁମୂଲ୍ୟ ରତ୍ନ ପଥର। ଯାହକି ଏହି ଅଞ୍ଚଳକୁ ରତ୍ନଗର୍ଭା ସୁନାର ସୁକିନ୍ଦା ରୂପେ ପରିଚିତ କରାଇଅଛି। ସୁକିନ୍ଦାରେଞ୍ଜ ଠାରୁ ଦୈତାରି ଫରେଷ୍ଟ ରେଞ୍ଜ ପର୍ଯ୍ୟନ୍ତ ବିସ୍ତୃତ ପାହାଡ଼ିଆ ଜଙ୍ଗଲ ଭିତରେ ଲୁଚି ରହିଛି ଅନେକ ମୂଲ୍ୟବାନ ଲୁହାପଥର ଆଉ ଖଣିଜ ସମ୍ପଦ। କିନ୍ତୁ ଅତି ଦୁଃଖର ବିଷୟ ହେଉଛି ଏହି ସମ୍ପତ୍ତି କୁ ରାଜ୍ୟ ସରକାର ଖୋଲା ଖୋଲି ଭାବରେ ଛାଡ଼ିଦେଇଛନ୍ତି ଜଙ୍ଗଲ ମାଫିଆଙ୍କ ହାତରେ ।ବହୁମୂଲ୍ୟ ରୂପେ ପରିଚିତ ନୀଳ ପଥର ର ଚୋରା ଚାଲାଣ ଜୋରଦାର ଚାଲିଛି ଅବାଧରେ। କୋଟି କୋଟି ଟଙ୍କାର ମୂଲ୍ୟବାନ ନୀଳ ପଥର ପ୍ରତିଦିନ ଚାଲାଣ ଚାଲିଛି ଏହି ଅଞ୍ଚଳରୁ । ଖଣିଅଞ୍ଚଳ କଂସ ପଂଚୟତ ର ଟିକରପଡା ଗାଁ ପାଖ ଜଙ୍ଗଲ ରେ ଦେଖିବାକୁ ମିଳିଛି ଏହି ନୀଳ ପଥର ।ପଥର ମାଫିଆ ମାନେ କିଛି ନିରୀହ ଗାଁ ଲୋକଙ୍କୁ ଏହି ନୀଳ ପଥର ସଂଗ୍ରହ କରିବାକୁ ନିୟୋଜିତ କରିଛନ୍ତି । ଏମାନେ ଜଙ୍ଗଲ ଭିତରେ ସୁଦୂର ଦୈତାରି ପାହାଡ଼ରୁ ପଥର ସଂଗ୍ରହ କରି ଆଣିଥାନ୍ତି। ବାହାର ରାଜ୍ୟର ମାଫିଆ ମାନେ ଅତି ସହଜରେ ଏହି ନୀଳପଥରକୁ ଟ୍ରକ ମାଧ୍ୟମରେ ନେଇଯାଇଥାନ୍ତି। ଗତ କିଛି ଦିନ ତଳେ ଏକ ନୀଳ ପଥର ବୋଝେଇ ଟ୍ରକ ପୋଲିସ ହାତରେ ଧାରା ପଡ଼ିଥିଲେ ସୁଦ୍ଧା ଏବେ ଏହି କାରବାର ପୁଣିଥରେ ଦେଖିବାକୁ ମିଳିଛି। ତେବେ ଏହି କାରବାର କରିବାକୁ ସାହସ କିଏ କରୁଛି ଆଉ କାହାର ପ୍ରଶ୍ରୟରେ ? କାରଣ ଏହି ନୀଳ ପଥର ଗୁଡିକୁ ସଂଗ୍ରହ କରି ରଖିଥିବା ସ୍ଥାନ ନିକଟରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ବନବିଭାଗ ର ବିଟ ହାଉସ । ଦିନ ରାତି ଏହି ଜଙ୍ଗଲକୁ ତଦାରଖ କରୁଥିବା ବନବିଭଗ ଏଥି ପ୍ରତି ଅଣଦେଖା କାହିଁକି ?ସତରେ କଣ ପୋଲିସ ପାଖରେ ଖବର ନାହିଁ ? କୌଣସି ଏକ ମାଫିଆ ରାକେଟ ବିଧିବଦ୍ଧ ଭାବେ ଏହି କାର୍ଯ୍ୟ କରୁନାହିଁତ ?