ପାଟଣାଗଡ଼ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଚଳିତ ମାସ ୫ ତାରିଖରେ ସୋଲବନ୍ଦ ପଞ୍ଚାୟତ ଅନ୍ତର୍ଗତ ବନକାବିରର ଏକ କପା ବିଲରୁ ଉଦ୍ଧାର କରାଯାଇଥିଲା ! ଉକ୍ତ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ପ୍ରଶାସନ ହତ୍ୟାକାରୀଙ୍କୁ ଧରିବାରେ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ! କୌଣସି ରାଜନେତାଙ୍କ ଚାପରେ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଆଜି ପାଟଣାଗଡ଼ ସରପଞ୍ଚ ସଂଘ ପକ୍ଷରୁ ସଭାପତି ତୁଳସିରାମ ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ! ଏଥିରେ ହତ୍ୟାକାରୀକୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ଉଲ୍ଲେଖ କରାଯାଇଥିଲା ! ଏଥିସହ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପାଇଁ କୁହାଯାଇଥିଲା ! ଏହି ଦାବିପତ୍ର ପ୍ରଦାନ ସମୟରେ ଯୋଗୀମୁଣ୍ଡା ସରପଞ୍ଚ ମମତା ପ୍ରଧାନ , ଗଙ୍ଗାସାଗର ସରପଞ୍ଚ ଇନ୍ଦ୍ରମଣି ହରିପାଲ , ଇନପୁର ସରପଞ୍ଚ ଝୁଲି ବେହେରା ଓ ମଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହ ପ୍ରମୁଖ ଉପସ୍ଥିତ ଥିଲେ !