ଡଙ୍ଗାମରା ଚୋରି ମାମଲାରେ ୪ ଜଣ ମହିଳା କୋର୍ଟ ଚାଲାଣ 

ଦୁଇ ମାସ ତଳେ ଘରୁ ଟ୍ରକ ଟ୍ରକ ଚୋରି ସମାଗ୍ରୀ ଉଦ୍ଧାର କରିଥିଲା ପୋଲିସ 

କଂଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦୁଇମାସ ତଳେ ଦଙ୍ଗାମରା ଗାଁର ଗଣେଶ ବନଛୋରଙ୍କ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ଯର ଚୋରି ସଂପତ୍ତି ଠାବ କରି ଉଦ୍ଧାର କରିଥିଲେ, କିନ୍ତୁ ଚୋରି କରିଥିବା ସମସ୍ତେ ସେତେବେଳେ ଫେରାର ଥିଲେ ତେଣୁକରି କାହାରିକୁ ଧାରା ଯାଇ ନ ଥିଲା, ସୂଚନା ଯୋଗ୍ୟ ଯେ ଚୋର ମାନେ ଯେପରି ଭାବେ ଚୋରି କରୁଥିଲେ ଯେ ଝାଡୁ ମଧ୍ଯ ଛାଡୁ ନ ଥିଲେ, ଚାଷୀ ମାନଙ୍କ ବୋର ଟିଏ    ମଧ୍ଯ ବିଲରେ ରହୁନଥିଲା, ଗଣେଶ ବନଛୋରଙ୍କ ପୁଅ ସଦାଶିବ ବନଛୋର ବାପ ପୁଅ ମିଶି ଚୋରି କରିଥିବା ଅଂଚଳରେ ବ୍ଯାପକ ଚର୍ଚ୍ଚା ହେଉଛି, ବର୍ତମାନ ପୋଲିସ ଗଣେଶ ବନଛୋର  ବୟସ ୫୭ ପିତା (ବିଶେଶ୍ଵର ବନଛୋର) ତୁଳସା ବନଛୋର ବୟସ ୫୦ ସ୍ଵାମି (ଗଣେଶ ବନଛୋର) ତପସ୍ବିନୀ ବନଛୋର ବୟସ ୨୩ ପିତା (ଗଣେଶ ବନଛୋର) କୁମାରୀ ବନଛୋର ବୟସ ୧୯ ସ୍ଵାମୀ (ସଦାଶିବ ବନଛୋର ) ଆଜି କୋର୍ଟ ଚାଲାଣ କରିଛି କଂଟାବାଞ୍ଜି ପୋଲିସ, ସଦାଶିବ ବର୍ତମାନ ଫେରାର ଥିବା ବେଳେ ବହୁ ଶୀଘ୍ର ଧାରା ଯିବ ବୋଲି ପୋଲିସ ସୂଚନା ଦେଇଛି, ବର୍ଷ ବର୍ଷ ଧରି ଏହି ପରିବାର ଚୋରି କରି ବର୍ତ୍ତୀ ଯାଉଥିଲେ ହେଲେ ଏସଡିପିଓ ହୃଷୀକେଶ ମେହେର ଓ ଥାନା ଅଧିକାରୀ ସତ୍ୟଜିତ ଖଣ୍ଡେଲକରଙ୍କ ଟିମ ଠାରୁ ବର୍ତ୍ତୀ ପାରିଲେ ନାହିଁ, କେଶ ର ଆଇଓ ସେକଣ୍ଡ ଇଞ୍ଚାର୍ଚ ହୀରା ଖାଲକୋ ଥିବା ବେଳେ କେଶ ନଂ ୩୦/୨୨( ୪୫୭) (୩୮୦) (୨୦୧) (୧୨୦ବି) ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି,  ଏହା ଏକ ନୂଆ ମାମଲା ରହିଛି ଯେଉଁଥିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଚୋରି ମାମଲାରେ ବିଚାର ବିଭାଗୀୟ ହାଜତକୁ ଯିବା, ତଥା ଅନ୍ୟ ଚୋର ମାନଙ୍କ ପ୍ରତି ଏହା ଏକ ସତର୍କ ଓ ଏହି ଚୋରି କାର୍ଯ୍ୟ ଛାଡି ଦେବାର ଏକ ଉଦାହରଣ ଭାବେ ନିଆଯାଇପାରେ ଏହି ମାମଲା ଜାଣିଲା ପରେ,

Leave A Reply

Your email address will not be published.