କାକଟପୁର- କାକଟପୁର ତହସିଲ ଅଧିନସ୍ତ କଣ୍ଟାପଡା, କାକଟପୁର ଓ ଚିତ୍ରେଶ୍ୱରୀ ଆରଆଇ ସର୍କଲ ଅଧିନରେ ଥିବା ବିଭିନ୍ନ ସରକାରୀ ଯାଗାରୁ ରାତି ଅଧିଆ ଚୋରା ମାଟି ଚାଲାଣ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ଅଭିଯୋଗରୁ ଆହୁରି ପ୍ରକାଶଯେ କେତେକ ପ୍ରଭାବ ଶାଳୀ ବ୍ୟକ୍ତି କାଦୁଆ ଓ ପ୍ରାଚୀ ନଦୀର ଉଭୟ ପାର୍ଶ୍ଵରେ ବେଆଇନ ଚିଙ୍ଗୁଡ଼ି ଘେରି କରିଵା ସହ ନଦୀ ପଠାର ଏକାଧିକ ସ୍ଥାନରେ ଅତି ବେପରୁଆ ଭାବେ ମାଟି ଖୋଳି ଏକାଧିକ ପୋଖରୀ ସୃଷ୍ଟି କରିସାରିଲେଣି l ଚୋରାରେ ମାଟି ବାଲି ବିକ୍ରି କରି ମାଫିଆ ମାନେ ମାଲାମାଲ ହେଉଥିବା ବେଳେ ଅଞ୍ଚଳର ଗୋଚରଣ ଭୂମି ବେଳକୁ ବେଳ ସଂକୁଚିତ ହେବାରେ ଲାଗିଛି l ମାଟି ବାଲି ମାଫିଆମାନେ ଦିନରେ ସରକାରୀ ଯାଗାକୁ ଠାବ କରି ବିଳମ୍ବିତ ରାତ୍ରିରେ ଜେସିବିରେ ମାଟି ବାଲି ଖୋଲି ଟ୍ରାକ୍ଟର ସାହାର୍ଯ୍ୟରେ ଅନ୍ୟତ୍ର ଚାଲାଣ କରୁଥିବା ବେଳେ ଆଉ କେତେକ ମାଫିଆ ସରକାରୀ ଛୁଟିଦିନ ଦେଖି ଅତିବେପରୁଆ ଭାବେ ସ୍ପଷ୍ଟ ଦିବା ଲୋକରେ ମାଟି ବାଲି ଖୋଳି ଖୁଲୁମ ଖୁଲା ବିକୁଛନ୍ତି l ତହସିଲ ପ୍ରଶାସନ ସ୍ଥାଣୁତାର ସୁଯୋଗନେଇ ବାଲି ମାଟି ମାଫିଆ ମାନେ ଏହି ଆରଆଇ ସର୍କଲର ବିଭିନ୍ନ ସରକାରୀ ଗୋଚର, ଅନାବାଦୀ, ନଦୀପଠା , ଜଙ୍ଗଲ, ଜଳାଶୟ କିସମ ଜମିରୁ ମାଟି ଉଠାଇ ଏକାଧିକ ସ୍ଥାନରେ ବଡ଼ ବଡ଼ ପୋଖରୀ ସୃଷ୍ଟି କରି ସାରିଲେଣି l ବିଶେଷ କରି କାଦୁଆ, ବୋବୁଆ , ଧନିତ୍ରୀ ଓ ସନ୍ତରସ ଗ୍ରାମରେ ଥିବା ଗୋଚର ଶଶ୍ମାନ ଯାଗାରୁ ଶହ ଶହ ଟ୍ରିପ ମାଟି ଦୈନିକ ଚୋରା ଚାଲାଣ କରାଯାଉଛି l ଗତ ଦୁଇ ଦିନ ତଳେ ବୋବୁଆ ଗ୍ରାମର ଏକ ସରକାରୀ ଜାଗାରୁ ରାତିରେ ମାଟି ଜେସିବିରେ ଖୋଳି ଟ୍ରାକ୍ଟର ସାହାର୍ଯ୍ୟରେ ଅନ୍ୟତ୍ର ଚାଲାଣ ବେଳେ କାଦୁଆ ଗ୍ରାମପଞ୍ଚାୟତର କେତେକ ବ୍ୟକ୍ତି କାକଟପୁର ତହସିଲଦାର , ଚିତ୍ରେଶ୍ୱରୀ ସର୍କଲ ଆରଆଇ ଓ କାକଟପୁର କୋଣାର୍କ ଥାନାକୁ ଜଣାଇଥିଲେ ମଧ୍ୟ୍ୟ ଏଯାବତ ଚୋରା ମାଟି ଚାଲାଣକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l