ଧାମନଗର- ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଯାୟୀ କୋଟପା ଆଇନର କାର୍ଯ୍ୟନ୍ୱୟନ ନେଇ ଶୁକ୍ରବାର ଧାମନଗର ବଜାରରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ବିଭିନ୍ନ ଗ୍ରୋସରୀ ,ଭେରାଇଟି ଷ୍ଟୋର ଓ ପାନ ଦୋକାନ ମାନଙ୍କରେ ଚଢ଼ାଉ କରାଯାଇ ବେଆଇନ ଭାବେ ବିକ୍ରୟ କରାଯାଉଥିବା ସିଗାରେଟ, ଗୁଟ୍ଖା ଓ ତମାଖୁ ଆଦି ନିଷିଦ୍ଧ ଥିବା ଜାତୀୟ ଦ୍ରବ୍ଯ ଜବତ କରାଯିବା ସହିତ ୧୯ ଜଣ ଆଇନ ଉଲଘଂନ କାରିଙ୍କ ଠାରୁ ୩ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଉଥିବା ଜଣାପଡିଛି। ଜବତ ସମସ୍ତ ଦ୍ରବ୍ଯକୁ ଅଗ୍ନି ସଂଯୋଗ କରି ନଷ୍ଟ କରିଦିଆଯାଇଛି। ଧାମନଗର ଥାନା ଏସଆଇ ରାମଦାସ ବେସରା,ଏପିଡେମି ଲୋଜୀଷ୍ଟ ଡାଃ କାଶୀନାଥ ପଣ୍ଡା, ଅବକାରୀ ନିରୀକ୍ଷକ ସ୍ୱାତୀ ପଟ୍ଟନାୟକ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଅଣସଂକ୍ରମକ ରୋଗ ସହକାରୀ ପରିଚାଳକ ଦୀପକ କୁମାର ରାଉତ ପ୍ରମୁଖ ଏହି ଚଢ଼ାଉ ବେଳେ ସାମିଲ ହୋଇଥିଲେ।