ତିନି ବର୍ଷ ପୁରୁଣା ଧର୍ଷଣ ମାମଲାର ଅଭିଯୁକ୍ତ ଗିରଫ
ଧର୍ଷଣ ପରେ ଫେରାର ଥିଲା ଅଭିଯୁକ୍ତ ଯୁବକ
କଣ୍ଟାବାଞ୍ଜି – ତୁରେକେଲା ବ୍ଲକ ଅନ୍ତର୍ଗତ ହିଁଆଲ ଗ୍ରାମପଞ୍ଚାୟତର ଦାବ୍ରି ଗ୍ରାମର ସୂରକାନ୍ତ ଗହୀରଙ୍କ ପୁଅ ଭାରତ ଗହୀର (୨୭) ସେହି ଗ୍ରାମର ଜଣେ ଯୁବତୀଙ୍କୁ ଧର୍ଷଣ କରିବା ପରେ ଫେରାର ହୋଇଯାଇଥିଲା, ପୀଡ଼ିତା ଯୁବତୀ ତିନି ବର୍ଷ ଧରି ନ୍ୟାୟ ଅପେକ୍ଷାରେ ରହିଛି କିନ୍ତୁ ଦୁଃଖର ବିଷୟ ଯେ ପୋଲିସ ଗୁରୁତର ସହ ମାମଲାର ତଦନ୍ତ କରୁନଥିଲା ତେଣୁକରି ଅଭିଯୋଗ ଯୁବକକୁ ଗିରଫ କରିବାରେ ବିଫଳ ହେଉଥିଲା, ବର୍ତ୍ତମାନ ପୀଡ଼ିତା ଯୁବତୀଙ୍କ ଦୁଃଖ କଷ୍ଟକୁ ଆଧାର କରି ତିନି ବର୍ଷ ପୂର୍ବେ ହୋଇଥିବା ମାମଲାକୁ ଗୁରୁତତ୍ତ୍ବର ସହ ବିଚାର କରି ମୁଦାଲାକୁ କାବୁ କରିବାରେ ସଫଳ ହୋଇଛି କଣ୍ଟାବାଞ୍ଜି ପୋଲିସ, ଅନେକ କ୍ଷେତ୍ରରେ ଧର୍ଷଣକାରୀ ମାନେ ଧର୍ଷଣ କରିବା ପରେ କିଛି ବର୍ଷ ବାହାର ରାଜ୍ୟରେ ରହିଲା ପରେ ପୁଣି ଫେରିଆସନ୍ତି ଓ ବେଫିକର ରହନ୍ତି ତେଣୁକରି ଏହା ଏକ ଉଦାହରଣ ସ୍ୱରୂପ ଯେ କାହାରିକୁ ମଧ୍ଯ ଆଇନ କାନୁନ ଠାରୁ ବାଦ ଦିଆଯିବ ନାହିଁ, ଭୁଲ କରିଛ ମାନେ ଭୁଲର ଦଣ୍ଡ ବିଧାନ ଅନୁସାରେ ଦଣ୍ଡ ପାଇବା ଉଚିତ କାରଣ ଆଇନ ସମସ୍ତଙ୍କ ପାଇଁ ସମ୍ମାନ ଅଟେ, ପୋଲିସ ତୋ ନିଜର କର୍ତ୍ତବ୍ୟ ସାରି ଦେଲା ବର୍ତ୍ତମାନ ବିଚାର ବିଭାଗୀୟ ହାଜତ କିଭଳି ବିଚାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ଯେ ପୀଡିତ ଯୁବତୀଙ୍କୁ କିଭଳି ଭାବେ ନ୍ୟାୟ ପ୍ରଦାନ କରୁଛନ୍ତି