ବାରମ୍ବାର ଖବର ପ୍ରସାରଣ ହେଲା ପରେ ମଧ୍ୟ ଥମୁନି ଦୁର୍ନୀତି

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ।ଏଠି ଦାଦନ ଶ୍ରମିକଙ୍କ ଦୁଃଖ କିଏ ବା ଶୁଣୁଛି।ଏମାନେ ବର୍ଷର ୬ ମାସ ବିଭିନ୍ନ ରାଜ୍ୟକୁ ଦାଦନ ଖଟି ଯାଆନ୍ତି।ସରକାରଙ୍କ ମାଳମାଲ ଯୋଜନା ହେଲେ କାହା ପାଇଁ।ହଁ ଆଜ୍ଞା ଆମେ କହୁଛୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର କରୁଆଝର ପଞ୍ଚାୟତ କଥା।ଯେଉଁ ଜାଗାରେ ଦାଦନ ଶ୍ରମିକ ମାନେ ପ୍ରତି ବର୍ଷ ଦାଦନ ଯାଇ ଦୁଃଖ ପାଉଥିବା ବେଳେ କିଛି ଶ୍ରମିକ ଦାଦନ ଶ୍ରମିକ ହୋଇ ଯାଇ ଦାଦନ ଶବ ହୋଇ ଫେରନ୍ତି।କିନ୍ତୁ ଏଠି ହେଉଛି ମନରେଗା ଯୋଜନାରେ ଦୁର୍ନୀତି।ସୂଚନା ଅନୁସାରେ କରୁଝର ପଞ୍ଚାୟତ ର ଝଳିଆଳିଟି ଗ୍ରାମରେ ଏକ ପୋଖରୀ ନିର୍ମାଣ କାମ ଚାଲିଛି ଯାହା MGNRGA ଯୋଜନା ରୁ ହେଉଛି କିନ୍ତୁ ଶ୍ରମିକ ସେ କାମ କରୁ ନାହାନ୍ତି ଆଜ୍ଞା JCB ମେସିନ ସାହାଯ୍ୟରେ କାମ ଚାଲିଛି।JCB ରେ କାମ କରି ଶ୍ରମିକଙ୍କ ଏକାଉଣ୍ଟ ରେ ପଇସା ପକେଇ ଆତ୍ମସାତ କରୁଛନ୍ତି ଗ୍ରାମ ସେବକ, ଗାଁ ସାଥୀ ଏବଂ ସରପଞ୍ଚ।ମେଜରମେଣ୍ଟ ପାଇଁ JE ଆସିବା କଥା କିନ୍ତୁ ଆସୁନାହାନ୍ତି।ନିଜେ ନିଜେ ସବୁକରି ପଇସା ଆତ୍ମସାତ କରୁଛନ୍ତି ପଞ୍ଚାୟତ ବିଭାଗୀୟ।ବିନା ସୂଚନା ଫଳକ ରେ କାମ ଚାଲିଛି ପୁରୁଣା ସୂଚନା ଫଳକ କୁ ମରାମତି କରି କାମ ଚଳାଉଛନ୍ତି ନୂଆଁ ସୂଚନା ଫଳକ ଲଗାଇବାକୁ କୁଣ୍ଠାବୋଧ କରୁଛନ୍ତି ଦି ପଇସା ବଞ୍ଚାଇବାକୁ।ଟିକେ ଭାବନ୍ତୁ ଆଜ୍ଞା ଏଥିରେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତେ ଶଂଶ୍ଲିଷ୍ଟ ଅଛନ୍ତି ସେଥିପାଇଁ ସବୁ ଚାପି ହୋଇ ରହିଯାଉଛି।ଏଠି ଗୋଟେ ଉକ୍ତି ମନେ ପଡେ ଆଜ୍ଞା – ମୋ ଜୀବନ ଭଲରେ ଚଳୁ,ଶ୍ରମିକ ମରିଲେ ମରୁ।ଏଇ ପ୍ରକାର ଦୁର୍ନୀତି ର ବିହିତ ପଦକ୍ଷେପ ହୋଇ ଦୋଷୀକୁ ଉଚିତ ଦଣ୍ଡ ଦିଆଯିବା କୁ ସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.