ମାନଝରି ଜଳ ଯୋଗାଣ ମୋଟରରେ ଲାଗିଥିବା କେବୁଲ ଚୋରି 

ଗୋଳାମୁଣ୍ଡା – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅଂଚଳରେ କିଛି ଦିନ ହେଲା ଚୋରି ବଢ଼ିବାରେ ଲାଗିଛିଏମିତିକି ସିନ୍ଧି,ଡକାୟତି,ଚୋରି,ସହ ଅସାମାଜିକ କାମ ଏହି ବ୍ଳକରେ ନୀତିଦିନିଆ ଘଟଣା ପାଲଟିଗଲାଣି ଗୋଳାମୁଣ୍ଡା ବ୍ଳକର ଖାଲିଆକାନି ରାସ୍ତା ଉପରେ ବେଆଇନ ଭାବରେ ଚାଲିଥିବା ଢ଼ାବା ମାନଙ୍କରେ ବେଧଡ଼କ ଭାବରେ ପୋଲିସ ଓ ଅବକାରୀ ବିଭାଗକୁ ହାତବରିସୀ କରି  ବେଆଇନ ଭାବରେ ଖୁଲା ଖୋଲି ପୋଲିସକୁ ଚାଲେଞ୍ଚ କଲାଭଳି ମଦ ବିକ୍ରି କରୁଥିବା ସମୟରେ ଏଠାକୁ ବାହାର ଜିଲ୍ଳା ର ଚୋର ମାନେ ଆସି  ବିଭିନ୍ୟ ଘଟଣା ଘଟାଉଛନ୍ତି ଗତ କିଛିଦିନ ତଳେ ଲଗାତାର ଗୋଳାମୁଣ୍ଡା ଥାନ ଆଞ୍ଚରେଚୋରି ବଢି ଚାଲିଥିଲେ। ସୁଦ୍ଧା ପୋଲିସ ଚୋର ମାନକୁ ଧରିପାରୁନଥିବାରୁ ଲୋକେ ପୋଲିସ ଉପରେ ଭରସା କରି ପାରିନଥିବାରୁ ଥାନାରେ ଅଭିଯୋଗ ମଧ୍ୟ କରୁ ନାହାଁନ୍ତି  ଅନ୍ୟ ପକ୍ଷରେ ଏହିଢ଼ାବା ଗୁଡାକ ରେ ବେଆଇନ ମଦ ବିକ୍ରି ସହଦିନ ରାତି ଖୋଲା ରହିଥିବାରୁ ଚୋର ମାନଙ୍କ ପାଇଁ ଏହା ଚରା ଭୂଇଁ ପାଳଟିଛି। ଏହି ଖବର ପୋଲିସ ପାଖରେ ଥିଲେ ସୁଧା ଲୋକରଚର୍ଚା ହେଉଛି। ଏ ମାନଙ୍କ ସହ ଭିତିରି ସଲସୁତୁର ଅଛି ଏନୁ ଚୁପ ରହୁଥିବା ଶୁଣିବାକୁ ମିଳୁଛି  ଗତ ରାତିରେ ମାନଝରି ନଦୀରେ ଜଳ ଯୋଗାଣ ପାଇଁ ପମ୍ପରେ ଲାବିଥିବା ବିଦ୍ୟୁତ ତାର କାଟି ଚୋର ମାନେ ଚୋରି କରି ନେଇଛନ୍ତି। ଯାହାଦ୍ୱାରା କରେଣ୍ଟ ଯୋଗାଣ ବନ୍ଦ ଯୋଗୁ ମାନଝରି ଜନସାଧାରଣ ହଇରାଣ ହେଉଥିବା ସମୟରେ ମାନଝରି ସରପଞ୍ଚ ହଜାର ହାଜର ଟଙ୍କା ଖର୍ଚ୍ଚ କରି ତାରକିଣି ଆଜି ବିଦ୍ୟୁତ ସଂଯୋଗ କରିଥିବା ଜଣା ପଡ଼ିଛି। ଏବଂ ଗତ କିଛିଦିନ ତଳେ ମାନଝରି ଗ୍ରାମର ରାଇଚନ ଅଘରିଆଙ୍କ ଟ୍ରାକ୍ଟରର ଲଙ୍ଗଳବାରକୁ ଚୋରି କରିନେଇଥିବା ମଧ୍ୟ ତାଙ୍କ ବ୍ୟକ୍ତିଗତ ସିସି ଟିଭି ଫୁଟେଜରେ ଜଣାପଡିଛି। ଏଥି ପ୍ରତି ଧ୍ୟାନ ଦେଇ ଚୋରି ଡକାୟତି କିଭଳି ଭାବରେ ଥମିବ ଏବଂ ଚୋରି କରିଥିବା ଚୋର ମାନେ ଧରାପଡିଵ ଏହାକୁ ଗୋଳାମୁଣ୍ଡା ପୋଲିସ ଗୁରୁତର ନେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ।

Leave A Reply

Your email address will not be published.