କେନ୍ଦରେଇ ଗ୍ରାମରେ ତ୍ରିଦୀବସୀୟ ବାଦି ପାଲା

ରାଇରଙ୍ଗପୁର-ଓଡିଶାର କଳା ସଂସ୍କୃତି,ଭାଷା ସାରା ବିଶ୍ବରେ ଅନନ୍ୟ । ବିଭିନ୍ନ ସଂସ୍କୃତି ମଧ୍ୟରେ ପାଲା ସଂସ୍କୃତି ଅନନ୍ୟ । ଓଡ଼ିଆ ପାଲା ସଂସ୍କୃତି ଆଧ୍ଯାତ୍ମବାଦ,ସାଂପ୍ରତିକ ପରିସ୍ଥିତି,ଉଚ୍ଚ କୋଟୀର ଶବ୍ଦ ସଂଯୋଜନା,ଛନ୍ଦ,ବହୁ ପୌରାଣିକ, ରାମାୟଣ,ଭାଗବତ,ଲୋକ ଉବାଚ,ଢଗ ଢମାଳି, ସଂସ୍କୃତ ନେଇ ପରିବେଷିତ ।ସେହି ପାଲା ସଂସ୍କୃତି ଗୟାରୁରୁ ଗୋଦାବରୀ ପର୍ଯ୍ୟନ୍ତ ଏକ ଜାତିକୁ ଭାଷା ଭିତ୍ତିରେ ବାନ୍ଧି ରଖିଥିଲା । ପାଶ୍ଚାତ୍ୟ ସଂସ୍କୃତି ଓ ଭାଷା ପଛରେ ଆଜିର ଉତ୍କଳୀୟ ମାନେ ଯେତେ ଗୋଡାଇଲେ ମଧ୍ୟ ଗ୍ରାମରୁ ସହର ପର୍ଯ୍ୟନ୍ତ ପାଲାର ସ୍ଥାନ ସ୍ଵତନ୍ତ୍ର ଅଛି ।ସବୁ ଭାଷା ପ୍ରେମୀ, ସଂସ୍କୃତି ପ୍ରେମୀ,କବି ଲେଖକ,ଗବେଷକ, ବୁଦ୍ଧିଜୀବୀ, ଶିକ୍ଷାବିତ ମହଲରେ ପାଲା ସଂସ୍କୃତି ର ଆଦର ରହିଛି । ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର କେନ୍ଦରେଇ ଗ୍ରାମରେ ତ୍ରୀଦୀବସୀୟ ପ୍ରତିଯୋଗୀତାମୂଳକ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ପୁରୀର ହିମାଂଶୁ ବରାଳ ଏବଂ ସାଥୀବୃନ୍ଦ ଏବଂ ଭୂବନେଶ୍ବରର  ଦିଲିପ କୁମାର‌ ଚମ୍ପତିରାୟ ଓ ସାଥୀବୃନ୍ଦ ପାଲାର ଯାଦୁରେ ଶହ ଶହ ଦର୍ଶକବଂଧୁଙ୍କ ବାନ୍ଧି ରଖିଥିଲେ ।ଆଖପାଖ ଅଂଚଳରୁ ବହୁ ପାଲା ପ୍ରେମୀ ପାଲା ଦେଖି ଖୁସିରେ ଘରକୁ ଫେରିଥିଲେ ।ପାଲା ଗାୟକ ମାନେ ବିଭିନ୍ନ ବିଜ୍ଞାନ ଓ ଆଧ୍ୟାତ୍ମିକ ଭିତ୍ତିକ ତଥ୍ୟ ଦେଇ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ ।କେନ୍ଦରେଇ ଗ୍ରାମର ସତ୍ୟନାରାୟଣ ପାଲା କମିଟିର ଏହି ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.