ବରୀ: ରାଜ୍ୟରେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିକୁ ଅଧିକରୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ସ୍ୱତନ୍ତ୍ର ମିଶନ ଶକ୍ତି ଗୃହ ମହିଳାମାନଙ୍କୁ ଯୋଗାଇ ଦେଇଛନ୍ତି । ଯେଉଁଠାରେ ଏହା ସଂପୂର୍ଣ୍ଣ ହୋଇନାହିଁ ତୁରନ୍ତ ଶେଷ କରିବା ସହ ଗୃହ ଶେଷ ହେବା ଯାଏଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରୀ ପଂଚାୟତର ମିଶନ ଶକ୍ତି ଗୃହ ସଂପୂର୍ଣ୍ଣ ହୋଇନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ରଭାବେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତ ତରଫରୁ ଗୃହ ଯୋଗାଇ ଦିଆଯାଇଛି । ବୁଧବାର ଦିନ ଏହାକୁ ପୂର୍ଜାଚ୍ଚନା କରି ମହିଳାମାନେ ଗୃହ ପ୍ରବେଶ କରିଥିଲେ । ମହିଳା ମଞ୍ଚର ସଭାନେତ୍ରୀ ସ୍ୱପ୍ନାରାଣୀ ବେହେରା, ସମ୍ପାଦିକା ଶାନ୍ତିଲତା ନାୟକ, ସରପଂଚ ଧିରେନ୍ଦ୍ର କୁମାର ଜେନା, ସମିତିସଭ୍ୟ ଧିରେନ୍ଦ୍ର ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ ଦିନବନ୍ଧୁ ଓଝା, ଜିଆରଏସ୍ ପ୍ରୀତିଶ ବିଶ୍ୱାଳ, ଏମ୍ବିକେ ମିନତୀ ଦାସ, ଗୀତାଞ୍ଜଳୀ ଶ୍ୟାନ୍ତି, ସୁଷମା ସାହୁ, ଲୋଚନୀ ଦଳାଇ, ଅନିମା ଜେନା, ବନ୍ଦନା ସାହୁ, ଶସ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ