ନିଜର ସୁରକ୍ଷା ନେଇ ମହିଳା ମାନେ ସଚେତନ ହୁଅନ୍ତୁ

ଖପ୍ରାଖୋଲ – ମହିଳାମାନେ ବିଭିନ୍ନ କ୍ଷେତ୍ରରେ ହିଂସାର ଶିକାର ହେଉଛନ୍ତି । ଶାରିରୀକ ଓ ମାନଶିକ ନିର୍ଯ୍ୟାତନାର ଶିକାର ହେବା ସହିତ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ନିଜର ସୁରକ୍ଷା ନେଇ ମହିଳାମାନେ ନିଜେ ସଚେତନ ହେବା ଉଚିତ ବୋଲି ବାଳିକା ଆତ୍ମରକ୍ଷା ଶିବିରରେ ଯୋଗଦେଇ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ପ୍ରକାଶ କରିଛନ୍ତି । ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ବାଳିକା ଅମୃରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ସଭାରେ ବିଡିଓ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ସତ୍ୟାନନ୍ଦ ସେନ୍ଦ୍ରିଆ ସମ୍ମାନିତ ଅତିଥରେ ଯୋଗଦେଇଥିଲେ । ଅଧ୍ୟାପକ ବଳଭଦ୍ର ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ମଧୁସ୍ଥିତା ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ତାଲିମ ନେଇଥିବା ଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଛାତ୍ରୀ ମିନା ମୁଣ୍ଡା ଶିବିର ଅନୁଭୂତି ବନ କରିବା ସହିତ ବିଦ୍ୟାଳୟର ବିଭିନ୍ନ ଦାବି ନେଇ ବିଡିଓଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରତିକ୍ଷିକା ସୋନାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦିଲିପ ନିଆଲ , ହରେଶ ବେହେରା , ଜନାର୍ଦ୍ଦନ ସୁନା , ନନ୍ଦ କିଶୋର ବାଗ , ବାଳକୃଷ୍ଣ ପୁଞ୍ଜି , ଗୁଣମଣି ସାହୁ ପ୍ରମୁଖ ବିଦ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.