ବରୀ: ବରୀ ବ୍ଲକ୍ ଅର୍ନ୍ତଗତ ହଳଦୀବସନ୍ତସ୍ଥିତ ପୁଷ୍ପଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦର ଏକ ବୈଠକ ସଭାପତି ଶ୍ରୀଯୁକ୍ତ ରାଜେଶ ଜେନାଙ୍କ ସଭାପତିତ୍ୱରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରାମର ବିଶିଷ୍ଟ ଚିକିତ୍ସକ ସ୍ୱର୍ଗତ ରବିନ୍ଦ୍ରନାଥ ଜେନାଙ୍କ ଅନ୍ତିମ ଇଚ୍ଛା ଅନୁସାରେ ତାଙ୍କର ଧର୍ମପତ୍ନ ଡ.ଜ୍ୟୋସ୍ନାରାଣୀ ଜେନା ୨ଲକ୍ଷ ଟଙ୍କାର ଏକ ଚେକ୍ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଟଙ୍କାର ସୁଧ ଅର୍ଥରେ ବିଦ୍ୟାଳୟ କୃର୍ତ୍ତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ହିସାବରେ ପ୍ରଦାନ କରାଯିବ । ଉକ୍ତ ବୈଠକରେ ବିଦ୍ୟାଳୟ କମିଟିର ସଭ୍ୟ/ସଭ୍ୟା, ଶିକ୍ଷକ/ଶିକ୍ଷୟତ୍ରୀ, ନାରାୟଣ ଚନ୍ଦ୍ର ମଲିକ, କିଶୋର ଚନ୍ଦ୍ର ଜେନା, ଜ୍ୟୋସ୍ନାରାଣୀ ଜେନା, ସନ୍ତୋଷ କୁମାର ଜେନା, ଗୌତ୍ତମ ଚରଣ ଜେନା, ସନତ କୁମାର ଜେନା, ଇନ୍ଦ୍ରମଣି ପରିଡ଼ା, ସୁନନ୍ଦ କୁମାର ଜେନା, ସୁରେଶ କୁମାର ଜେନା, ପ୍ରଭାସ କୁମାର ପରିଡ଼ା, ରାମଚନ୍ଦ୍ର ଶ୍ୟାନ୍ତି, ସୁଶ୍ରୀସଙ୍ଗୀତା ମହାପାତ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଧାଂଶୁ ଶେଖର ଧଳ ଧାନକ୍ରର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।