ବିଦ୍ଯୁତ୍ ଉପଭୋକ୍ତାଙ୍କ ଆନ୍ଦୋଳନ ଧମକ

ବାଲେଶ୍ବର,– ବିଦ୍ଯୁତ୍ ସମସ୍ୟା ନେଇ ଉପଭୋକ୍ତା ମାନେ ଇଲେକ୍ଟ୍ରି ଏସଡିଓ ଟାଟା ପାୱାର ଖଇରା ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଝାଟିଆ ଷ୍ଟକ୍ଚର ଅଧିନରେ ଶ୍ଯାମସୁନ୍ଦରପୁର, ଅଚ୍ଯୁତପୁର ଓ କୁରୁଣ୍ଟା ପଞ୍ଚାୟତର ଅଧିବାସୀମାନେ ଅଛନ୍ତି । ଟାଟା ପାୱାର ଦାୟିତ୍ୱ ନେବାଠାରୁ ବିଭିନ୍ନ ସମୟରେ ପାୱାର କଟ୍ କରି ଜନସାଧାରଣଙ୍କୁ ବଡ଼ ହଇରାଣ କରୁଛି । ଯାହା ବ୍ରିଟିଶ ଶାସନକୁ ବଳେଇ ଗଲାଣି । ପୁଣି ଆଗକୁ ଆସୁଛି ମେଟ୍ରିକ ପରୀକ୍ଷା । ବିଭାଗର ଏଭଳି ମନମୁଖି ବିଦ୍ଯୁତ୍ କାଟ କାର୍ଯ୍ୟକୁ ଉପଭୋକ୍ତା ତଥା ଜନସାଧାରଣଙ୍କୁ ଅତିଷ୍ଠ କଲାଣି, ଯାହା ସହ୍ଯ କରିବାର ସୀମା ଟପିଗଲାଣି । ବିଦ୍ଯୁତ୍ ଯୋଗାଣ ଠିକ୍ ଭାବରେ ଦେଉ ନାହାନ୍ତି, ୨/୩ ମାସରେ ବିଦ୍ଯୁତ୍ ବିଲ୍ ଆଦାୟ କରୁଛନ୍ତି, ପୁଣି ଜୋରିମାନା ସହିତ । ବିଭାଗର ଏପରି ମନମୁଖି କାର୍ଯ୍ୟକଳାପକୁ ସମ୍ପୃକ୍ତ ଅଞ୍ଚଳବାସୀ ଘୋର ନିନ୍ଦା କରୁଛନ୍ତି । ଯଦି ଆଗାମୀ ୮ ଦିନ ଭିତରେ ବିଭାଗ ଦ୍ବାରା ଏ ସମସ୍ୟାର ସମାଧାନ ନହୁଏ, ଅଫିସ୍ ଘେରାଉ ସଙ୍ଗେ ସଙ୍ଗେ ରାଜରାସ୍ତାକୁ ଉହ୍ଲାଇବା ନିମନ୍ତେ ସାବିତ୍ରୀ ରାଉଳ, ବିଶ୍ବ ଭୂଷଣ ପ୍ରଧାନ, ଶ୍ରୀଧର ପତି, ମିତାଲୀ ଯେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏଥିସହିତ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ବିଦ୍ଯୁତ୍ ନିର୍ବାହୀ ଅଧିକାରୀ, ସୋର, ବିଦ୍ଯୁତ୍ ସହକାରୀ ଯନ୍ତ୍ରୀ, ବାଲେଶ୍ବର ଏବଂ ଖଇରା ଥାନା ଅଧିକାରୀଙ୍କୁ ଅଭିଯୋଗର କପି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ଝାଟିଆ ଅଫିସରେ ଜେଇ ଅନୁପସ୍ଥିତ ଥିବାରୁ କାର୍ଯ୍ୟରତ କର୍ମଚାରୀଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.