ମହିଳା ହଷ୍ଟେଲ ଛାତ୍ରୀଙ୍କୁ ୱାର୍ଡେନଙ୍କ ଅଜବ ବ୍ୟବହାର

କେନ୍ଦ୍ରାପଡ଼ା (ନି. ପ୍ର )-ସୁରକ୍ଷିତ ନୁହନ୍ତି କଲେଜ ହଷ୍ଟେଲରେ ରହୁଥିବା ଛାତ୍ରୀ।ବିଳମ୍ବିତ ରାତିରେ ଲେଡିଜ ହଷ୍ଟେଲ ଝରକା ଭାଙ୍ଗି ଛାତ୍ରୀଙ୍କୁ  ଆତଙ୍କିତ କରିବା ଅଭିଯୋଗ ପରେ “ତମେ ଦେହ ଦେଖେଇ ଶୋଉଛ, ତମେ ପୁଅଙ୍କୁ ଅଟ୍ରାକ୍ଟିଭ କରୁଛ, ସେମାନେ ତମକୁ ଦୁର୍ବ୍ୟବହାର କଲେ ତ କଣ ହେଇଗଲା”, ଭଳି ଶାସ୍ତ୍ରଜ୍ଞାନ ଦେବାକୁ ପଛାଇ ନାହାନ୍ତି ମହିଳା ହଷ୍ଟେଲର ୱାର୍ଡେନ। ଗତ ରାତିରେ ମହିଳା ହଷ୍ଟେଲ ରେ ଝରକା ଭାଙ୍ଗି ପଶିଲେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲ ଫୋନ,ଟଙ୍କା ଲୁଟିନେଲେ।ହେଲେ ଏସମ୍ପର୍କରେ ଛାତ୍ରୀ ମାନେ ଅଭିଯୋଗ କରିବାରୁ ଶୁଣିବାକୁ ପଡିଲା ହଷ୍ଟେଲ ୱାର୍ଡେନଙ୍କର ଶାସ୍ତ୍ର ଯୁକ୍ତି।ଅଭିଯୋଗ ଅନୁଯାୟୀ,କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ହଷ୍ଟେଲରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ହଷ୍ଟେଲ ପଛପଟ ଝରକା ଭାଙ୍ଗି ଭିତରକୁ ପଶି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଟଙ୍କା,ମୋବାଇଲ ଲୁଟି ନେଇଛନ୍ତି |ଏମିତିକି ଛାତ୍ରୀମାନଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ |ଏସମ୍ପର୍କରେ ଛାତ୍ରୀମାନେ ତାଙ୍କ ୱାର୍ଡେନ ପୂର୍ଣ୍ଣମାସି ପଣ୍ଡାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଘଟଣା ବୁଝିବା ପରିବର୍ତ୍ତେ ଛାତ୍ରୀମାନଙ୍କୁ ଆହୁରି ଖରାପ କରି କହିଥିଲେ।ଏମିତିକି ପୋଲିସକୁ ଖବର ଦେବାକୁ ମଧ୍ୟ ବିଳମ୍ବ କରିଥିଲେ।ପରେ ଆଜି ଦିନ ଦ୍ୱିପ୍ରହର ପରେ ପୋଲିସ ଆସି ଏତଲା ରଖିବା ସହ ଘଟଣାର ସମାଧାନ ପାଇଁ ଚେଷ୍ଟା କରିଥିଲେ |ତେବେ ଏ ସମ୍ପର୍କରେ କଲେଜ ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ |

Leave A Reply

Your email address will not be published.