ଦିବ୍ୟାଙ୍ଗ ଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ମା’ ବରୁଣେଈ ଙ୍କ ପୀଠରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ରୌପ୍ୟରଞ୍ଜନ ସାମନ୍ତରାୟ ଙ୍କ ଉପସ୍ଥିତିରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ,ଉପସଭାପତି ଦେବାଶିଷ ପତି,ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ,ସଂଯୋଜକ ବିଶ୍ବବିଜୟୀ ଦାଶ,ସହ ସଂଯୋଜକ ସୁଶିଲ କୁମାର ସାହୁ,ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କୁ ମନୋନୀତ କରାଗଲା।ଜିଲ୍ଲା ର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଂଘ ର ସଦସ୍ୟତା ଗ୍ରହଣ କରିଥିଲେ। RPWD ଆଇନ ଓ ସୁପ୍ରିମକୋର୍ଟ ଙ୍କ ଆଦେଶ ମୁତାବକ ଓଡ଼ିଶା ର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚ଼ିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚ଼ିବ ଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା।