ନୂଆପଡ଼ା ଜିଲ୍ଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମଠାରେ ଉଭୟ ଗ୍ରାମର ଜଙ୍ଗଲ ସୁରକ୍ଷା ପାଇଁ ଏକ ବନ ନିବାସ ନିର୍ମାଣ କରାଯାଇଛି। କିନ୍ତୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଏଠାରେ କୌଣସି ବନ କର୍ମଚାରୀ ରହୁ ନ ଥିବାରୁ ଏହା ଭୁତ କୋଠି ଓ ଆଖ ପାଖ ଏରିଆରେ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଅଛି। ନିର୍ମାଣ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ କର୍ମଚାରୀ ଏଠାରେ ରହି ନାହାନ୍ତି। ହେଲେ ସରକାରଙ୍କ ଲକ୍ଷ ଲକ୍ଷ ଅର୍ଥରେ ନିର୍ମିତ ଏହି ବନ କର୍ମଚାରୀଙ୍କ ନିବାସ ବର୍ତ୍ତମାନ ଗୋଟିଏ ଭୁତ କୋଠିରେ ପରିଣତ ହୋଇ ରହିଛି। ଏହି ନିବାସରେ ଅନେକ ତିଆରି ହେବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ କର୍ମଚାରୀ ସେଠାରେ ରହିନ ଥିବାବେଳେ ଏହି କର୍ମଚାରୀ ନିବାସରେ କିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ଏହି ବନବିଭାଗ କର୍ମଚାରୀଙ୍କ ନିବାସର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ,ବିଦ୍ୟୁତ ସଂଯୋଗୀକରଣ,ଏମିତି ଅନେକ କିଛି ବ୍ୟବସ୍ଥା କରାଯାଇଛି। ହେଲେ କର୍ମଚାରୀଙ୍କ ଦେଖା ନାହିଁ। ଯାହା ଫଳରେ ଦିନ ରାତି ମାଫିଆଙ୍କ ରାଜୁତି ଚାଲୁଛି। ଅନେକ ସମୟରେ ଜଙ୍ଗଲର ଅନେକ ପ୍ରକାର ମୂଲ୍ୟବାନ ଗଛ କାଟି ଜଙ୍ଗଲକୁ ନଷ୍ଟ କରୁଛନ୍ତି। କିନ୍ତୁ ସେଥି ପ୍ରତି ବନ ବିଭାଗ ପକ୍ଷରୁ ତିଳେ ହେଲେ ଦୃଷ୍ଟି ପଡୁନାହିଁ। ଯାହା ଫଳରେ ନିର୍ଭୟର ସହିତ ଲୋକେ ଗଛ କାଟି ନେଉଥିବା ନଜର ସାମ୍ନାକୁ ଆସୁଛି। ଓ ସେହି ସମସ୍ତ ଅହେତୁକ କାର୍ଯ୍ୟକୁ ନ ଜାଣିଲା ଭଳି ବନବିଭାଗ ହାତରେ ହାତ ରଖି ନିଜ ଘରେ ବସି ରହିଛନ୍ତି। ଏହି ବିଷୟରେ ଆମେ ଏ,ସ୍,ପି,ଏ,ପ ଙ୍କୁ କଲ ମାଧ୍ୟମରେ ଜଣାଇବା ପାଇଁ ଚେଷ୍ଟା କରି ଥିଲୁ। ହେଲେ ସେ କଲ ଗ୍ରହଣ କରି ନ ଥିଲେ। ତେଣୁକରି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।