କୋଦଳା – ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଏବେ ଜଳ ସ୍ବଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇ ଜଳ ସ୍ବଚ୍ଛତା ଦିବସ ପାଳନ କରାଯାଉଛି। ଏହି କ୍ରମରେ କୋଦଳା ଏନଏସିରେ ସୋମବାର ସମୂହ ସ୍ୱଛତା ଦିବସ ପାଳିତ ହୋଇଯାଇଛି | କୋଦଳା ବିଜ୍ଞାପିତ ଅଞ୍ଚଳ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଏନଏସି କୁ ସ୍ୱଚ୍ଛ,ପ୍ଲାଷ୍ଟିକ ମୁକ୍ତ ଏନଏସି ରେ ପରିଣତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ସପ୍ତାହର ପ୍ରତ୍ୟେକ ସୋମବାର ଦିନ ହେବାକୁ ଥିବା ବେଳେ ଅଧକ୍ଷ ଙ୍କ କାର୍ଯ୍ୟ ଶୈଳୀକୁ ବେଶ ପ୍ରଶଂସା କରିଛନ୍ତି କୋଦଳା ବାସୀ | ଏଥି ସହିତ ଜଳର ଅପବ୍ୟବହାର ନକରିବା ପାଇଁ “ଜଳ ହିଁ ଜୀବନ’ ନାରା ଦେଇ ଏକ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୧୨ ନଂ ୱାର୍ଡର ରାମଚନ୍ଦ୍ରପୂର ପୋଖରୀକୁ ସଫା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ କୋଦଳା ଏନଏସିର ପରିମଳ ସ୍ୱଚ୍ଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ,ୱାର୍ଡ କାଉନସିଲର ରିତାଞ୍ଜଳି ମିଶ୍ର ଙ୍କ ସମେତ ସମାଜସେବୀ ଓ ସଫେଇ କର୍ମଚାରୀ ଭାଗ ନେଇଥିଲେ |