ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମପଞ୍ଚାୟତ ରେ ଚାଲିଥିବା ପ୍ରଧାନ ମନ୍ତ୍ରୀଙ୍କ ଜଳ ଜୀବନ ମିଶନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବେଣାପଞ୍ଜରୀ, ବିଶିଆ ପଡା,ରାଣୀପୁର,ତିରିମଲ୍,ତରାବୋଇ ଓ ହରିଡାମଡା ଲୋକମାନେ କିଭଳି ସୁବିଧାରେ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ ଦ୍ଵାରା ପାଣି ପାଇପାରିବେ ସେ ବିଷୟରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ସାଂସଦଙ୍କ ଏହି ଗସ୍ତରେ ତାଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ଵ ରଞ୍ଜନ ବଡ଼ଜେନା ଓ ଅନେକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।