ଖପ୍ରାଖୋଲ -: କ୍ରମବର୍ଦ୍ଧିଷ୍ଣୁ ଅପରାଧ କାର୍ଯ୍ୟକଳାପ ରୋକିବା ପାଇଁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଲାଠୋରର ୨୭ଟି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି । ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲାଠୋର ପଞ୍ଚାୟତ କାର୍ଯ୍ୟାଳୟରେ ସିସିକ୍ୟାମେରାର ଉଦ୍ଘାଟନ କରିଛନ୍ତ । ଲଠୋରର ରାଧାକୃଷ୍ଣ ମନ୍ଦିର , ଜଗନ୍ନାଥ ମନ୍ଦିର ଛକ , ଆମ୍ବେଦକର ଛକ , ବସ୍ଷ୍ଟାଣ୍ଡ , ମାର୍କେଟ , ବ୍ୟାଙ୍କ , ପଞ୍ଚାୟତ କାର୍ଯ୍ୟାଳୟ , ଡେବରିଆ ମୁଣ୍ଡା ଛକ , ଶିଶୁ ମନ୍ଦିର ଛକ ସମେତ ସମୁଦାୟ ୨୭ଟି କ୍ୟାମେରା ଲଗାଯାଇଛି । ଏହା ୨୪ଘଣ୍ଟିଆ ସେବା ପ୍ରଦାନ ସହ ସମସ୍ତ କ୍ୟାମେରାର କଂଟ୍ରୋଲ ରୁମ୍ ପଞ୍ଚାୟତ କାର୍ଯ୍ୟାୟାଳୟରେ ରହିଛି । ସିସି କ୍ୟାମେରା ଲାଗିବା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଚୋରି ତଥା ଅପରାଧ ରୋକିବାରେ ସହାୟକ ହେବ ବୋଲି ସରପଞ୍ଚ ଶ୍ରୀ ଜୟଶ୍ରୀ ଭଇଁଷାଲ ପ୍ରକାଶ କରିଛନ୍ତି । ଜିପିଇଓ ସୁଶାନ୍ତ କୁମାର ପାଣି , କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ , ପୂର୍ବତନ ସରପଞ୍ଚ ସନ୍ତୋଷ ଭଇଁଶାଲ , ଯୋଗାଣ ସହାୟକ ସତ୍ୟ ରଣା , ସୁଧିର ଷାଣ୍ଡଙ୍କ ସମେତ ୱାର୍ଡସଭ୍ୟ ଉପସ୍ଥିତ ଥିଲେ । ଲାଠୋର ଅଞ୍ଚଳରେ କ୍ରମାଗତ ଚୋରି ସହ ଅପରାଧ ବୃଦ୍ଧି ପାଉଥିବା ବେଳେ ସିସି କ୍ୟାମେରା ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଥିଲା ।