ବାଲିଆପାଳ – ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ସୋମବାର କବି ସୁରେନ୍ଦ୍ରନାଥ ପରିଡାଙ୍କ ଧର୍ମପତ୍ନୀ ସ୍ୱର୍ଗତା ଶିଶିରକାନ୍ତି ପରିଡାଙ୍କ ପ୍ରତାପପୁର ସ୍ଥିତ ବାସଭବନରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହେଇଯାଇଛି।କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବାଲିଆପାଳର ବରିଷ୍ଠ କବି ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି, ନାଟ୍ୟକାର ଓ କବି ରବୀନ୍ଦ୍ର ଦତ୍ତ ମୁଖ୍ୟ ବକ୍ତା, କବି ଓ ଶବ୍ଦକୁଞ୍ଜର ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ସେଠୀ,ଲଷ୍ମୀଧର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେଯୋଗଦେଇ ସ୍ୱର୍ଗତା ପରିଡାଙ୍କ ବହୁମୁଖୀ ପ୍ରତିଭା ଓ ଗୁଣଗାରିମା ବିଷୟ ରେ ସ୍ମୃତି ଚାରଣ କରିଥିଲେ।ସ୍ୱର୍ଗତା ଶିଶିରକାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ସାଇପ୍ରଭା ଆଦକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବାବେଳେ ସୁରେନ୍ଦ୍ରନାଥ ପରିଡା ମଞ୍ଚ ଆବାହନ କରିଥିଲେ।ସ୍ୱାଗତ ସଙ୍ଗୀତ ଲଷ୍ମୀପ୍ରିୟା ପରିଡା ଗାୟନ କରିଥିଲେ।ପରେ ମାତା ଓ ପିତା ଙ୍କ ଉପରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଥିଲା। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ପୁସ୍ତକକୁ ଅତିଥିମାନଙ୍କ ଦ୍ବାର ଲୋକାର୍ପଣ କରାଯାଇଥିଲା ବିଷ୍ଣୁପ୍ରିୟା ମହାପାତ୍ର, ରଞ୍ଜିତା ବେହେରା, ଲଷ୍ମୀପ୍ରିୟା ପରିଡା, କାବେରୀ ବାରିକ ସ୍ୱରଚିତ କବିତା ପାଠକରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଉମାଶଙ୍କରପରିଡା, ଦେବସ୍ମିତା ପରିଡା, ସୁଧାମୟୀ ପରିଡା, ଜ୍ୟୋତିର୍ମୟୀ ପରିଡା, ରଶ୍ମିତା ପରିଡା, ମନୋଜ ପରିଡା ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ ଭବାନୀ ଶଙ୍କର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ସ୍ମରଣିକା ଉନ୍ମୋଚିନ କରିଥିଲେ।