ଆତ୍ମହତ୍ୟା କହି ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମ୍ରୁତ ଘୋଷଣା କରିଥିଲେ। ଶାଶୁଘର ଲୋକେ ମ୍ରୁତଦେହ କୁ ବ୍ୟବଚ୍ଛେଦ ନକରି ଘରକୁ ନେଇ ଯାଇଥିଲେ। ଯାହାକୁ ବାପଘର ଲୋକେ ପ୍ରତିବାଦ କରିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖଡିଆଳ ପୋଲିସ ଶବ ଜବତ କରିବା ପରେ ଉଭୟ ଗୋଷ୍ଠି ଥାନାକୁ ଯାଇଥିଲେ। ପରେ ଥାନା ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଭିଡିଓ ଉତ୍ତୋଳନ କରୁଥିବା ସମୟରେ ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେବା ସହ ତଳେ ପକାଇ ମାଡ ମରା ଯାଇଛି । କିଏ ହାତରେ ଆଉ କିଏ ଲାତ ମାରୁଥିବା ଭିଡିଓ ରେ ସ୍ପଷ୍ଟ ଜଣା ପଡୁଛି। ଯାହାକୁ ନେଇ ୧୦ରୁ ଉର୍ଦ୍ଧ ଲୋକ ଙ୍କୁ ଥାନାରେ ଅଟକ ରଖା ଯାଇଥିବା ବେଳେ ସିସିଟିଭି ଫୁଟେଜ ସହାୟତା ରେ ଚିହ୍ନଟ କରିବା ସହ ଦୋଷି ଙ୍କୁ ଗିରଫ କରାଯିବ ବୋଲି ସୁଚନା ଦେଇଛନ୍ତି ଖଡିଆଳ ଏ,ଏସ୍,ଡ଼ି, ପି,ଓ ସନ୍ତକ ଜେନା। କାର୍ଯ୍ୟରତ ସାମ୍ବାଦିକ ଙ୍କ ଉପରେ ଏଭଳି ମାରଣାନ୍ତକ ଆକ୍ରମଣ କୁ ନୂଆପଡା ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ଆଜି ଖଡିଆଳ ଥାନା ସାମନାରେ ଏଭଳି ଘଟଣାର ପ୍ରତିବାଦ କରୁଛନ୍ତି ।ଓ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ତଥା ଅବହେଳା କରୁଥିବା ପୋଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ ରଖାଯାଇଛି ।ଏବେ ପୋଲିସ କେତେ ଶୀଘ୍ର ଉକ୍ତ ଦାବୀ ପ୍ରତି ପଦ କ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ।