ଗିରିଙ୍ଗାମାଳି ଠାରେ ବାଲ୍ୟବିବାହ ବୈଠକ ଅନୁଷ୍ଠିତ

 ଆନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଶ୍ରୀ ଗଣେଶ ଯୁବକ ସଂଘ ପକ୍ଷରୁ କାଙ୍କଡ଼ପାଳ ପଞ୍ଚାୟତର ଗିରିଙ୍ଗାମାଳି ମଣ୍ଡପ ଠାରେ ବାଲ୍ୟବିବାହ ଓ ନାରୀ ଶିକ୍ଷା ସମାନତା ଅଧିକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।କ୍ଲବ ସମ୍ପାଦକ ସୁଧାଂଶୁ ଶେଖର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗରାମିଆଁ ଆଞ୍ଚଳିକ ହାଇସ୍କୁଲର ଶିକ୍ଷକ ଶ୍ରୀଯୁକ୍ତ ନିଳାମ୍ବର ମାହାନ୍ତ ଓ ସୁକିନ୍ଦା ମଣ୍ଡଳର ଯୁବ ନେହୁର କେନ୍ଦ୍ରର ସ୍ୱେଚ୍ଛାସେବୀ ଅମ୍ବ୍ରିତା ସାହୁ ଅତିଥି ଭାବେ ଯୋଗ ଦେଇ ବାଲ୍ୟବିବାହ ଓ ନାରୀ ଶିକ୍ଷାର ଆବଶ୍ୟକତା  ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ମା ମଙ୍ଗଳା ସ୍ଵୟଂ ସହାୟକା ଗୋଷ୍ଠୀ,ମା ସନ୍ତୋଶୀ ,ମା ଦୁର୍ଗା, ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ଯଥା କ୍ରମେ ଲକ୍ଷ୍ମୀ ପ୍ରଧାନ, ସାବିତ୍ରୀ ଦେହୁରୀ,ପ୍ରମିଳା ଦେହୁରୀ, ସୀତା ଦେହୁରୀ  ଓ ଅନ୍ୟ ସଦଶ୍ୟାମାନେ ସାମିଲି ହୋଇଥିଲେ ଏବଂ  ଆଗାମୀ ଦିନରେ ଏହି ଦିଗରେ  କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ କରିଛନ୍ତି  l

Leave A Reply

Your email address will not be published.