ବିଷୟ-ଯେକୌଣସି କମ୍ପାନୀ ଯେକୌଣସି ସ୍ଥାନରେ ଖଣି ଖନନ କାର୍ଯ୍ୟ ଆରମ୍ବ କରିବା ପୂର୍ବରୁ ହେଉ କି ପରେ ସ୍ୱତନ୍ତ୍ର ଭାବରେ ଖଣି ଚତୁରପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣଙ୍କ ସୁବିଧା କରିବା ନିତାନ୍ତ ଆବଶ୍ୟକ ଅଟେ ।କିନ୍ତୁ ସୁକିନ୍ଦା ବ୍ଲକର କାଳିଆପାଣି ଅଞ୍ଚଳରେ ଥିବା ବେଦାନ୍ତ ଖଣିର ମନମାନି ଯୋଗୁଁ ଓସ୍ତାପାଳ ଖଣିର ପାର୍ଶ୍ଵରେ ଥିବା ଗୁରୁଜଙ୍ଗ ଓ ଗୁରୁଜଙ୍ଗ ଦେହୁରିସାହିର ଜନତା ଅସୁବିଧାରେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି ।ଏହି ଗ୍ରାମର ରତ୍ନାକର କାର୍ପୂସା ଙ୍କ କହିବାନୁଯାୟୀ ବେଦାନ୍ତ ଓସ୍ତାପାଳ ଖଣିରୁ ପ୍ରତିଦିନ ଶହ ଶହ ଟ୍ରିପ କ୍ରୋମାଇଟି ପରିବହନ କରୁଥିବା ବେଳେ ମାଲ ବୋଝେଇ ଟ୍ରକ ଗୋଡିକ ଏହି ଗାଁର ମୁଖ୍ୟ ଯାତାୟାତ ପଥ ଦେଇ ଗତି କରୁଥିବା ବେଳେ ପାଣି ସିଞ୍ଚନ ଅଭାବରରୁ ରାସ୍ତାର ଧୂଳି ଧୂଆଁ ଯାଇ ଘରେ ପସିଯାଉଛି ।ରୋଷେଇ ଗୃହରେ,ଭାତ ହାଣ୍ଡିରେ ଯାଇ ଧୂଳି ପସିଯାଉଛି ଏମିତି କି ଅନେକ ଅସୁବିଧା ଦେଇ ଗତିକରୁଥିବା ବେଳେ କମ୍ପାନୀ କୌଣସି ପଦକ୍ଷେପ ନେଉନଥିବାର କହିଛନ୍ତି ।ଏନେଇ ଦିବା ୪ଘଟିକା ସମୟରେ ମାଲ ପରିବହନ କରୁଥିବା ଟ୍ରକ ଗୋଡିକୁ ଗୁରୁଜଙ୍ଗ ଗ୍ରାମର ମୁଖ୍ୟ ସଡ଼କରେ ଅଟକାଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ ।କାଳିଆପାଣି ପଞ୍ଚାୟତର ପୂର୍ବତନ ୧୦ନଂ ୱାର୍ଡମେମ୍ବର, ଏହି ଗ୍ରାମର ରତ୍ନାକର କାର୍ପୁସା ଓ ବାବୁଲା ନାୟକଙ୍କ ମିଳିତ ବୁଝାବଣାରେ ଆଜି ଗୋଟିଏ ଦିନ ପରିବହନ ଚାଲିବା ପାଇଁ ଅନୁମତି ଦେଇଥିବା ବେଳେ ଆସନ୍ତା କାଲି ଠାରୁ ଯଦି ରାସ୍ତାରେ ପାଣି ସିଞ୍ଚନ କରାନଯାଏ ତେବେ ସମ୍ପୂର୍ଣ୍ଣ ପରିବହନ ବନ୍ଦ କରିବେ ଗ୍ରାମବାସୀ ବୋଲି କହିଛନ୍ତି ।ଏନେଇ ବେଦାନ୍ତ କମ୍ପାନୀ ଲୋକସମ୍ପର୍କ ବିଭାଗ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲୁ ସେ କହିଥିଲେ କି ଆଜି ଡ୍ରାଇଭର କମ ଥିବାରୁ ପାଣି ସିଞ୍ଚନ କରାଯାଇନଥିଲା ଆଗାମୀ ଦିନରେ ଏହିପରି ଅସୁବିଧା ହେବନାହିଁ ବୋଲି କହିଥିଲେ ।