ଡ୍ରେନ ପାଣି ବୋହୁଛି ରାସ୍ତା ଉପରେ  ଦୁର୍ଗନ୍ଧରେ ନାକ ଫାଟି ଯାଉଛି ଲୋକେ ହନ୍ତ ସନ୍ତ

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଏକ ବିରାଟ ପଞ୍ଚାୟତ ହୋଇଥିଲେ ବି କଳାହାଣ୍ଡି ନୂଆପଡ଼ା ସୀମାନ୍ତର ଏକ ପରିଚିତ ପଞ୍ଚାୟତ ତଥା ଏକ ଛୋଟ ସହର ହୋଇଥିବା ବେଳେ ଲୋକଙ୍କ ପାଇଁ ବ୍ୟବସାୟୀ ପେଣ୍ଠସ୍ଥଳୀ ପାଲଟିଛି ସିନ୍ଧେକେଲା । ତେବେ ଗାଁରେ ଥିବା କଟକିଆପଡା ଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଡ୍ରେନେଜ ବ୍ୟବସ୍ଥା ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇ ପଡି ରହିଛି ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ରାସ୍ତାରେ ବୋହୁଛି ଡ୍ରେନ ପାଣି, ସହ ସହ ଗାଡ଼ି ଯିବା ଆସିବା କରୁଥିବା ବେଳେ ଡ୍ରେନର ମଇଳା ପାଣି ସବୁ ରାସ୍ତା ଉପରେ ଲହଡି ମାରୁଛି ଦୂର୍ଗନ୍ଧରେ ନାକ ଫାଟି ଯାଉଛି ରାସ୍ତା ରେ ଯିବା ଆସିବା ଲୋକେ ହନ୍ତସନ୍ତ ହେଉଛନ୍ତି ଡ୍ରେନେଜ ବ୍ୟବସ୍ଥା ଏଠାରେ ଫେଲ ମାରିଛି, ଅନ୍ୟ ପକ୍ଷରେ ଡ୍ରେନ ଉପରେ କିଛି ଖଲ ପ୍ରକୃତି ଲୋକ କବ୍ଜା କରି ଘର ଦୋକାନ କରି ବ୍ୟବସାୟ କରୁଥିବା ବେଳେ ଡ୍ରେନେଜ ପୋତି ହୋଇ ବ୍ଳକ ହୋଇଯାଇଛି ତେବେ ସବୁ ନର୍ଦମା ଦୁର୍ଗନ୍ଧ ପାଣି ଯିବା ଆସିବା ରାସ୍ତାରେ ଉପରେ ବୋହୁଥିବା ବେଳେ ଯାଆ ଆସ କରୁଥିବା ଲୋକଙ୍କୁ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଏ ବିଷୟରେ ସ୍ଥାନୀୟ ପଡ଼ାବାସୀ ବଙ୍ଗୋମୁଣ୍ଡା ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ଵାର ଅଭିଯୋଗ  କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ପଡାବାସୀ ତେବେ ତୁରନ୍ତ ଏହି ସରକାରୀ ଜାଗାରେ ଘର ନିର୍ମାଣ କରିଥିବା ସ୍ଥାନକୁ ହଟାଇ ଡ୍ରେନେଜ ବ୍ୟବସ୍ଥା କଲେ ପଡାବାସୀଙ୍କୁ ସୁବିଧା ହୁଅନ୍ତା ବୋଲି ମତ ବ୍ୟକ୍ତ କରିଛନ୍ତି ଆଉ କିଛି ଦିନ ପରେ ବର୍ଷା ଋତୁ ଆରମ୍ଭ ହେବ ଓ ସବୁ ଡ୍ରେନର ମଇଳା ପାଣି ଲୋକଙ୍କ  ଘରକୁ ଘର ପଶିବ ଓ ରାସ୍ତାରେ ଆଣ୍ଠୁଏ ପାଣି ଜମିବ ଏହା ପ୍ରତି ସ୍ଥାନୀୟ ସରପଞ୍ଚ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ବ୍ୟବସ୍ଥା କରିବା ପାଇଁ ପଡାବାସୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ଦାୟିତ୍ଵରେ ଆସିବା କ୍ଷଣି ଡ୍ରେନ ସଫା କାର୍ଯ୍ୟ ଆରମ୍ଭ କଲେ, କିନ୍ତୁ କଟକିଆପଡ଼ାର କିଛି ଖଳପ୍ରକୃତିର ଲୋକଙ୍କ ସକାସେ ତାହା ସଫା ହେଇ ପାରୁନି କିନ୍ତୁ ତହସିଲଦାରଙ୍କ ନିକଟରେ ଆଲୋଚନା କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିକଟକୁ ନୋଟିସ ଜାରି କରି ସଫେଇ କାର୍ଯ୍ୟ ଜାରି ରଖିବୁ ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ

Leave A Reply

Your email address will not be published.