ବରପାଲି ପ୍ରଥମ ଜମିଦାର ବିକ୍ରମ ସିଂ ୧୬୮୦ ମସିହା ରେ ସମଲେଶ୍ୱରୀ ମନ୍ଦିର ଆଉ ବରପାଲି ଜନବସତି ଆରମ୍ଭ କରିଥିଲେ ତାଙ୍କ ପରେ ତାଙ୍କ ଜମିଦାର ହୃଦୟ ସିଂ, ଲଷ୍ମୀଧର ସିଂ, ପିତାମ୍ବର ସିଂ ଯୋଗେନ୍ଦ୍ର ସିଂ, ରାଜେନ୍ଦ୍ର ସିଂ ଶେଷରେ ନୃପରାଜ ସିଂ ରାଜୁତି କରୁଥିଲେ.ବରପାଲି ରେ ଅନେକ ଗୁଡ଼ିଏ ମନ୍ଦିର ସମଲେଶ୍ୱରୀ, ଜଗନ୍ନାଥ, ଦୁର୍ଗା, କାଲୀ, ଲଷ୍ମୀ, ରାଧାକୃଷ୍ଣ, ମାହେଶ୍ୱରୀ ଆଉ ଅଷ୍ଟଶମ୍ଭୁ ଆଦି ରହିଛି. ବିଭିନ୍ନ ପଡା ରେ ମହାଦେବ ମନ୍ଦିର ଯୋଗେଶ୍ୱର, କପିଳେଶ୍ଵର, ରାମେଶ୍ୱର, ସିଦ୍ଧେଶ୍ୱର, ବାଲୁଙ୍କେଶ୍ୱର, ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି.
ବରପାଲି ଶୀତଳଷଷ୍ଠି ଯାତ୍ରା :-ଜମିଦାର ନୃପରାଜ ସିଂ ୧୮୭୭ ରେ ବରପାଲି ଶୀତଳଷଷ୍ଠି ଯାତ୍ରା ଆରମ୍ଭ କରିଥିଲେ. ନୃପରାଜ ସିଂ ଙ୍କର ସନ୍ତାନ ନ ଥିଲେ ଭଗବାନ କପିଳେଶ୍ୱର ଙ୍କୁ ଆରାଧନା କରି ତାଙ୍କର ସନ୍ତାନ ପ୍ରାପ୍ତି ହୋଇଥିଲା. ଜମିଦାର ନୃପରାଜ ସିଂ ନିଜର ରାଜବାଟୀ ର ସମସ୍ତ ବ୍ରାହ୍ମଣ ମାନଙ୍କୁ ଡକାଇ ଶୀତଳ ଷଷ୍ଠି ଯାତ୍ରା ଆରମ୍ଭ କରିଥିଲେ ପରମ୍ପରା ହିସାବରେ ଆଜି ପର୍ଯ୍ୟନ୍ତ ହୋଇ ଆସୁଅଛି ବାବା କପିଳେଶ୍ୱର ଏବଂ ମାତା ପାର୍ବତୀ ଙ୍କ ବିବାହ କରି ଆସୁଛନ୍ତି ଅକ୍ଷୟ ତୃତୀୟା ରୁ ଯାତ୍ରା ର ଶୁଭାରମ୍ଭ ହୋଇଥାଏ ବରପାଲି ଜମିଦାର ଙ୍କର ଦାୟାଦ ନୃପରାଜ କ୍ଲବ ଯାତ୍ରା କମିଟି ବରପାଲି ଯୁବ ସମାଜ ବରପାଲି ବାସି ତଥା ଅଞ୍ଚଳ ସମସ୍ତ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥାଏ.
ଜୈଷ୍ଠ ଅମାବାସ୍ୟା ପରେ ପ୍ରତିପଦା ଦିନ ଭଗବାନ କପିଳେଶ୍ୱର ଏଵଂ ମାତା ପାର୍ବତୀଙ୍କୁ ନୃପରାଜ କ୍ଳବ ମଣ୍ଡପ କୁ ଅଣାଯାଇଥାଏ ରୀତି ନୀତି ଅନୁସାରେ ପୂଜା କରଯାଇଥାଏ ଏଵଂ ଯିଏ ମାତା ପାର୍ବତୀ ଙ୍କୁ କନ୍ୟା ରୂପେ ଗ୍ରହଣ କରିବେ ନଟରାଜ ମୂର୍ତ୍ତି ଙ୍କୁ ନେଇଥାନ୍ତି. ଦ୍ଵିତୀୟା ଦିନରେ ଭଗବାନ କପିଳେଶ୍ୱର ଙ୍କର ବିବାହ ପାଇଁ କନ୍ୟା ଅନ୍ମେଶଣରେ ବାହାରିଥାନ୍ତି ଏହାକୁ “ପତ୍ରପେଣ୍ଡି” କୁହାଯାଏ.ପୂର୍ବବର୍ଷ ଯିଏ ମାତା ପାର୍ବତୀ ଙ୍କୁ କନ୍ୟା ରୂପେ ପାଇ ବିବାହ କରିଥିବେ. ନୃପରାଜ କ୍ଲବ ତରଫରୁ ତାଙ୍କ ଘରକୁ ଭଗବାନ କପିଳେଶ୍ୱର ଏଵଂ ମାତା ପାର୍ବତୀ ଙ୍କୁ ନେଇ ଗଣ୍ଠିଫିଟାଇ ଥାନ୍ତି ତାକୁ “ଗଁଠଲା ଫିଠା” କୁହାଯାଏ.ଏହା ପରେ ଚଳିତବର୍ଷ କନ୍ୟା ପିତା ମାତା ଘରକୁ ମାତା ପାର୍ବତୀ ଙ୍କୁ ନେଇଥାନ୍ତି ଆଉ ବାବା କପିଳେଶ୍ଵରଙ୍କୁ ନୃପରାଜ କ୍ଳବ ମଣ୍ଡପ କୁ ନେଇ ଥାନ୍ତି. ଏହା ପରେ ଉଭୟ ପଟରୁ ବିବାହ ର ସଜବାଜ ରେ ଲାଗି ଥାନ୍ତି.
ଭଗନାନ କପିକେଶ୍ୱର ଙ୍କର ଆଡୁ ଦେବ ନିମନ୍ତ୍ରଣ ଲାଗି ଭୈରୋ ବାବା ସୁନ୍ଦର ସୁସର୍ଜିତ ପରଭା ମେଢ଼ରେ ବାହାରି ଥାନ୍ତି ଏହାକୁ “ଭୈରୋବୁଲା ” କୁହାଯାଏ.ଭଗବାନ କପିଳେଶ୍ୱର ଙ୍କୁ କନ୍ୟା ପକ୍ଷରୁ ଦୁଇଥର ବରଣ କରିଥାନ୍ତି ପ୍ରଥମେ ନୃପରାଜ କ୍ଳବ ମଣ୍ଡପ ରେ ବରଣ କଲାପରେ ପରଭା ରେ ବିରାଜମାନ କରିଥାନ୍ତି ଆଉ ବରଯାତ୍ରୀ ଗଲେ କନ୍ୟା ଘଇ ସମୁଖ ରେ ବରଣ କରିଥାନ୍ତି. ହିନ୍ଦୁଧର୍ମା ନୁସାରେ ବୈଦିକ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ.ନୃପରାଜ ମଣ୍ଡପ ଭଗବାନ କପିଳେଶ୍ୱର ଙ୍କର ରହୁଥିବା ବେଳେ କନ୍ୟା ପିତା ଙ୍କ ଘର ହିମାଦ୍ରୀ ନଗର ରେ ନାମିତ ହୋଇଥାଏ.
ଜମିଦାର ଙ୍କ ସମୟ ରୁ ଆରମ୍ଭ ହୋଇଥିବା ପରମ୍ପରା ଏବେ ମଧ୍ୟ କାରୁକାର୍ୟ୍ଯ ହେଉଛି ଭଗବାନ କପିଳେଶ୍ଵରର ଙ୍କର ବରଯାତ୍ରୀ ଶୋଭାଯାତ୍ରା ରେ ସୁସର୍ଜିତ ମେଢ଼ ଗୁଡିକ କୌନୋଜ ରୁ ଆସିଥିବା ଲୋକ ମାନେ ବୋହିଥାନ୍ତି “କନଜିଆ”ବୋଲି କହିଥାନ୍ତି. ଏଵଂ ବିବାହ ପରେ ମନ୍ଦିର କୁ ପ୍ରତ୍ୟାବର୍ତନ ଶୋଭାଯାତ୍ରା “ଲମ୍ବାନୀ” ଶୋଭାଯାତ୍ରା ନାମରେ ନାମିତ ଏହି ଶୋଭାଯାତ୍ରା ମେଢ଼ ଗୁଡିକୁ ମିର୍ଦ୍ଧାପଡା ବାସି ବୋହିଥାନ୍ତି ଏହି ଦୁହି ପରମ୍ପରା ପୂର୍ବରୁ ଚାଲିଆସିଛି. ଆଗରୁ ପ୍ରତି ପଡା ରୁ ପରଭା ଶୋଭାଯାତ୍ରା ରେ ସାମିଲ ହେଉଥିଲା ସବୁ ପରଭା ଗୁଡିକୁ ବରେଇ ମାନେ ତିଆରି କରୁଥିଲେ ଚାରୋଟି ପରଭା ଶୋଭାଯାତ୍ରା ରେ ସାମିଲ କରାଯାଉଛି ଏବେ ବରପାଲି ର ଯୁବଶିଳ୍ପୀ ତଥା ବରପାଲି ବ୍ୟକ୍ତି ମାନେ ତିଆରି କରୁଛନ୍ତି ଆଗେ ବରଯାତ୍ରୀ ଶୋଭାଯାତ୍ରା ରେ ତେଲି ମାନେ ମଶାଲ ଜାଲି ଆଲୋକିତ କରୁଥିଲେ ଏବେ ଆଧୁନିକ ଯୁଗରେ ବିଭିନ୍ନ ପ୍ରକାର ଆଲୋକ ସାଜସଜା ହେଉଛି
ଶୋଭାଯାତ୍ରା ରେ ପରଭା ଗୁଡିକୁ କାନ୍ଦ ରେ ବୋହି ନେଇ ଥାନ୍ତି. ପ୍ରଥମ ପରଭା ଭଗବାନ କପିଳେଶ୍ୱର ଏଵଂ ମାତା ପାର୍ବତୀ ୩୨ ଜଣ କାନ୍ଦ ରେ ବୋହିଥାନ୍ତି, ଦ୍ଵିତୀୟ ପରଭା ଶିବ ପାର୍ବତୀ ଙ୍କୁ ୧୬ ଜଣ, ତୃତୀୟ ପରଭା ଭୈରୋ ବାବା ଙ୍କୁ ୮ ଜଣ, ଚତୁର୍ଥ ପରଭା ଭଗବାନ ଶ୍ରୀକୃଷ୍ଣ ଙ୍କୁ ୬ଜଣ ବୋହିଥାନ୍ତି. ଏମାନଂକୁ “ବିଗାଡି” କୁହାଯାଏ.ଆଉ ଗୋଟିଏ ପରମ୍ପରା ମଧ୍ୟ ଏବେ ଚାଲିଛି ଜମିଦାର ନୃପରାଜ ସିଂ ଲମ୍ବାନୀ ଶୋଭାଯାତ୍ରା ରେ ଯାତ୍ରା କମିଟି ତଥା ବିଶିଷ୍ଟ ବ୍ୟକ୍ତି ମାନଂକୁ ମାନଙ୍କୁ ପଗଡି ପିନ୍ଧାଇ ସ୍ବାଗତ କରୁଥିଲେ ଏବେ ଜମିଦାର ଙ୍କ ଦାୟାଦ ମଧ୍ୟ ଏହି ପଗଡି ପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି.
ବରପାଲି ଶୀତଳଷଷ୍ଠି ଯାତ୍ରା ରେ ଆଉ ଗୋଟେ ଆକର୍ଷଣ ହେଉଛି “ତାରାକାଶୁର” ଯାତ୍ରା ର ଶହେ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରା କୁ ଆହୁରି ମନୋରଞ୍ଜନ କରିବା ପାଇଁ ଖୋଲା ମଞ୍ଚ ରେ ପ୍ରସ୍ତୁତ କରାଯାଉଛି ତାରାକାଶୁର ହାତୀ ପିଠି ରେ ସନ୍ୟସାମନ୍ତ ଙ୍କ ସହ ନଗର ପରିକ୍ରମା କରିଥାନ୍ତି ଅନ୍ୟାୟ ବଢ଼ିଥାଏ ଭଗବାନ କାର୍ତ୍ତିକେୟ ତାରାକାଶୁର କୁ ବଦ୍ଧ କରିଥାନ୍ତି ଜନସାଧାରଣ ଅଭିନୀତ ଦୃଶ୍ୟ ଦେଖି ଉପଭୋଗ କରିଥାନ୍ତି. ବରପାଲି ଶୀତଳଷଷ୍ଠି ଯାତ୍ରା ୧୪୫ ବର୍ଷ ରେ ପହଞ୍ଚଛି ଏହା ହେଉଛି ଏ ଅଂଚଳ ର ମହାନ ଆଧ୍ୟମିକ ଗଣ ପର୍ବ. ଭଗବାନ କପିଳେଶ୍ଵରର ଏଵଂ ମାତା ପାର୍ବତୀ ଙ୍କ ଯୁଗଳ ଦର୍ଶନ କରିବା ଦ୍ୱାରାଶୁଭଙ୍କର ହୁଏ ଅନୁନ୍ୟ ବର୍ଷକୁ ଥରୁଟିଏ ଦର୍ଶନ କରିବା ସୌଭାଗ୍ୟ ମିଳେ.