ପାଣି ପାଇଁ ଡହଳ ବିକଳ ବନ୍ଧଗାଁ ଗ୍ରାମବାସୀ, ବ୍ଳକ ଆଗରେ ଧାରଣା

ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁରେ ପଞ୍ଚାୟତରେ ବକେୟା ଟଙ୍କା ପଞ୍ଚାୟତ ପୈଠ ନକରିବାରୁ  ବିଦ୍ୟୁତ୍ ବିଭାଗ କର୍ମଚାରୀ ପଞ୍ଚାୟତ ଜଳ ଭଣ୍ଡାର ପାଖରେ ଲାଗିଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ସଂଯୋଗି କରଣକୁ ବିଚ୍ୟୁତ କରିଦେବାରୁ ସ୍ଥାନୀୟ ଲୋକେ ଖରଦିନରେ 15 ଦିନ ହେବ ଶୁଦ୍ଧ ଜଳ ପାଇବାରୁ ବଞ୍ଚିତହୋଇଥିବା ବେଳେ ଏହି ଜଳଶଙ୍କଟକୁ ଭିତ୍ତିକରି  ବହୁ ମହିଳା ଏକତ୍ରିତ ଗରା , ବାଲ୍ଟି ଧରି  ଗ୍ରାମରୁ ଚାଲି ଚାଲି ଆସି ସୁକିନ୍ଦା ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିବାବେଳେ । ବ୍ଲକ ବିଡ଼ିଓ ତାପସ କୁମାର ସେଠୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ମହିଳା ମାନଙ୍କୁ ବହୁ ବୁଝା ବୁଝି କରି ଜଳ ସଙ୍କଟ ତୁରନ୍ତ ଦୂରୀକରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନରୁ ଓହରି ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.