କୁଡିଆମୁଁଣ୍ଡା ଗାଁରେ ବ୍ୟାପୁଛି କିଡିନି ରୋଗ

ଗାଁନିକଟରେ ବହିଯାଇଥିବା ନଦୀର ପାନୀୟ ଜଳଯୋଗାଣ ଦାବୀ

କଣ୍ଟାବାଞ୍ଜି -(ଉ.ସ.ପ୍ର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ସିନ୍ଧେକେଲା ନିକଟସ୍ଥ ଅର୍ଶାତୁଲା ଗ୍ରାମପଞ୍ଚାୟତର ତିନି ୱାର୍ଡ଼ ବିଶିଷ୍ଠ ଗାଁ କୁଡ଼ିଆମୁଁଣ୍ଡା ଜନ ସଂଖ୍ୟା କହିଲେ ପାଖା ପାଖି ୧୨ ଶହ ହେବେ ଉକ୍ତ ଗାଁର ଲୋକ କହିବା ଅନୁଯାୟୀ ଅଧିକ ରୁ ଅଧା ଲୋକ ବର୍ତ୍ତମାନ କୀଡିନି ରୋଗାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ସେମାନେ ପ୍ରଥମେ ରକ୍ତ ନମୂନା ସଂଗ୍ରହ କରିପରୀକ୍ଷା କରାଇଥିଲେ ଓ ପରୀକ୍ଷା ସୂତ୍ରରୁ ଜାଣିବାକୁ ପାଇଲେ ଯେ ସେମାନେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଥିବା, ପ୍ରଥମେ ସିନ୍ଧେକେଲା ଓ ଚାନ୍ଦୋତରା ଗାଁ ବୈଦ ଠାରୁ ଆୟୁର୍ବେଦିକ ଚିକିତ୍ସା କରେଇ ଔଷଧ ଖାଇଥିଲେ ଓ ସିନ୍ଧେକେଲା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରୁ ମଧ୍ୟ ଔଷଧ ଖାଇଲେ ଶୁଦ୍ଧା କୌଣସି ରକମର ଉପଶମ ମିଳି ନ ଥିବାରୁ ପରବର୍ତ୍ତୀ ସମୟରେ ଟିଟିଲାଗଡ଼, ବଲାଙ୍ଗିର ଭୁବନେଶ୍ୱର ରୁ ଆସୁଥିବା କେତେ  ଉକ୍ତ ରୋଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଠାରୁ ପରାମର୍ଶ ନେଇ ଔଷଧ ବର୍ତ୍ତମାନ ଶୁଦ୍ଧା ଚାଲୁ ରଖିଛନ୍ତି । ହେଲେ ଦିନ କୁ ଦିନ ରୋଗ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି । ତବେ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପାଖରେ ବୋଧେ ସୂଚନା ନଥିବା ମନେ ହେଉଛି ଯାହାକି ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ   କରି ନଥିବା ଜଣା ପଡ଼ିଛି । ତେବେ ଉକ୍ତ ଗାଁରେ ଥିବା ନଳକୂପର ପାଣି ଓ କୂଅ ପାଣି ଓ ଅର୍ଶାତୁଲା ଗାଁରୁ କୁଡିଆମୁଁଣ୍ଡାକୁ ପାଇପ ଲାଇନ ଯୋଗେ ଯୋଗାଣ ହେଥିବା ପାନୀୟ ଜଳ କୁ ପ୍ରଶାସନ ପକ୍ଷରୁ ପରୀକ୍ଷା ନିରୀକ୍ଷ କରାଯିବାସହ ସାଙ୍ଗେ ଗାଁ ନିକଟରେ ବହିଯାଇଥିବା ଉନ୍ଦେର ନଦୀ ଗର୍ଭରୁ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ପକ୍ଷରୁ ନୂତନ ଜଳ ପ୍ରକଳ୍ପ ଯୋଗାଇ ଦେବାକୁ ଗ୍ରାମବାସୀ ବୃନ୍ଦ ଦାବି କରିଛନ୍ତି । ତେବେ ରୋଗ ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେଅଛନ୍ତି ତେଣୁକରି ଯାଥା ଶୀଘ୍ର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ପାଇଁ ଦାବି ହେଉଛି । ରୋଗାକ୍ରାନ୍ତ ହେଲେ ଖୁସିରାମ ଭାଟି (ବୟସ ୭୦) ଶଶୀ ଭୂଷଣ ନାଗ (ବୟସ ୬୦) ପ୍ରାଥବ ଭାଟି (୬୫) ବେଣୁଧର ନାଗ (୪୪) ତପିନ୍ଦ୍ର ନାଗ (୫୫) ଭୁବନେ ହଂସ (୫୫) ମୋହନ କୁମ୍ଭାର (୫୦) ଯୋଗେନ୍ଦ୍ର ନାଗ (୬୦) କ୍ଷେତ୍ରି କୁମ୍ଭାର (୫୦) ଗୋମତି ନାଗ (୬୦) ରାଜୀବ ନାଗ, ଭାଜରାମ ମହାନନ୍ଦ, ରତନ କୁମ୍ଭାର, ବାନ୍ଦବି ଭାଟି ପ୍ରମୁଖ ଶତାଧିକ ରୋଗାକ୍ରାନ୍ତ ଥିବା ଜଣାଯାଇଛି ତେବେ ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ଗାଁର ଜନ ଜୀବନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ହେଉଅଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଥିବା ବେଳେ ଏହି ଖବର ପ୍ରକାଶ ପାଇଥିଲା ଉତାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି

Leave A Reply

Your email address will not be published.