୨୪ ପହଁରି ନାମ ଯଜ୍ଞ ସମାପନ 

ହରେ କୃଷ୍ଣ ହରେ ରାମ ଭଜନ କୀର୍ତ୍ତନରେ ଲହରୀ ଖେଳି ଯାଇଛି 

କଣ୍ଟାବାଞ୍ଜି –  ଓମପ୍ରକାଶ ଛକ ନିକଟରେ ଗତ କିଛି ଦିନ ଧରି ହରେ କୃଷ୍ଣ ହରେ ରାମ ଭଜନ କୀର୍ତ୍ତନରେ ସହର ବାସିନ୍ଦା ଲହରୀ ଯାଇଥିଲେ,  ଯୁବକ ଯୁବତୀ ବୃଦ୍ଧା ବୃଦ୍ଧ ମହିଳା ପୁରୁଷ ସମେତ ଛୋଟ ଛୋଟ ଶିଶୁ ମାନେ ମଧ୍ଯ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ରାମ ଚନ୍ଦ୍ର ମହାପ୍ରଭୁଙ୍କ ନାମ ଶୁଣିବାକୁ ଭିଡ ଜମି ଥିଲେ, ଆଜି ପୂର୍ଣ୍ଣ ହୁତିରେ ମଧ୍ଯ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରି ସହର ପରିକ୍ରମା କରିଥିଲେ, ତଥା ବିଭିନ୍ନ ଗ୍ରାମରୁ ୨୨ ଗୋଟି କୀର୍ତ୍ତନ ଦଳ ସହଯୋଗ କ୍ରମେ ଅତି ସୁନ୍ଦର ଭାବରେ ସମାପନ ହୋଇଯାଇଛି, ଏଥିରେ ଗୌତମ ବେହେରା ସଭାପତି ଥିବା ବେଳେ ବିନୟ ଅଗ୍ରୱାଲ ସେକ୍ରେଟାରୀ ରହିଥିଲେ କେସିୟର ଭବରେ ସଞ୍ଜୟ ଗାନ୍ଧୀ ଥିଲେ  ସୁରେଶ ଦାସ ଓ ତାଙ୍କ ସହ ପତ୍ନୀ ତଥା ହଲଦା ଛାତ୍ରୀଆ ଓ ସହ ପତ୍ନୀ କର୍ତ୍ତା ରହିଥିବା ବେଳେ ଅରୁଣ ଅଗ୍ରୱାଲ, କିଶୋର ଦାସ, କୁନାଲ ଦାସ, ରୋହନ ଗହୀର, କାହ୍ନା ବଗର୍ତ୍ତୀ, ରାଜେଶ ବାଗ ପ୍ରମୁଖ ସଦସ୍ୟ ରହିଥିଲେ, ପ୍ରତି ବର୍ଷ ଓମପ୍ରକାଶ ଝେରବାହିଲ୍ୟା ଛକ ଠାରେ ଅଖଣ୍ଡ ନାମଯଜ୍ଞ ହେଉଥିବା ବେଳେ କରୁଣା କଟକଣାକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷ ଧୁମ ଧାମରେ ନାମ ଯଜ୍ଞ ପାଳନ ହୋଇଯାଇଛି

Leave A Reply

Your email address will not be published.