ବୋଡେ଼ନ ତହସିଲ ଅଫିସରେ ମୋ ସରକାର କୋଠରୀ ସାଜିଛି ଗୋଦାମ ଗୃହ

ବୋଡେ଼ନ-ବର୍ତ୍ତମାନ ସାରା ରାଜ୍ୟରେ ୫ଟି ତରଫରୁ ପ୍ରତ୍ୟକ ସରକାରୀ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ରହିଅଛି। ସେହି କକ୍ଷରେ କାର୍ଯଳୟକୁ ଆସୁଥିବା ସମସ୍ତ ଅଭିଯୋଗ କାରୀଙ୍କୁ କିମ୍ବା କୌଣସି କାର୍ଯ୍ୟ ପାଇଁ ଆସିଥିବା ସମସ୍ତ ଜନସାଧାରଣଙ୍କ ବିଶ୍ରାମ ପାଇଁ ବା ବସିକି ନିଜ ଅଭିଯୋଗ ଜଣାଇବା ପାଇଁ ଏକ କକ୍ଷ ରହି ଥାଏ। କିନ୍ତୁ ଏବେବି ଏମିତି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ଯେଉଁ କାର୍ଯ୍ୟାଳୟରେ ମୋ ସରକାର କକ୍ଷକୁ ଗୋଦାମ ଗୃହ ସଜେଇ ରଖିଛନ୍ତି। ଯାହା ଫଳରେ ଅଫିସକୁ କୌଣସି କାର୍ଯ୍ୟ ପାଇଁ ଆସି ମୋ ସରକାର କକ୍ଷକୁ ଖୋଜୁଛନ୍ତି। ୫ଟି ଯୋଜନା ଦ୍ଵାରା ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇବାର ବ୍ୟବସ୍ଥା ରହିଛି। କିନ୍ତୁ ଆଜି ତାହାର ଓଲଟା ଦେଖିବାକୁ ମିଳିଛି। ଯେଉଁଠି ଲୋକମାନେ ଟିକେ ଆଶ୍ରୟ ନେବେ କିଛି ସୁବିଧା ପାଇ ପାରିବେ ସେହି ସ୍ଥାନକୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ତହସିଲ କାର୍ଯ୍ୟାଳୟରେ ଗୋଦାମ ଗୃହ କରି କାର୍ଯ୍ୟ ଲୟର ଯେତେ ସବୁ ନଷ୍ଟ ହୋଉ ଥିବା ସାମଗ୍ରୀ ରହିଛି। ସେହି କକ୍ଷରେ ରଖା ଯାଉଥିବା ଚିତ୍ର ସାମ୍ନାକୁ ଆସୁଛି। ଅନେକ ଦୁର ଦୁରାନ୍ତରୁ ବହୁ ସମସ୍ୟ ଅଭିଯୋଗ ନେଇ ପ୍ରଚଣ୍ଡ ଖରାରେ ଅନେକ ଲୋକ ଆସିଥାନ୍ତି। କିନ୍ତୁ ଅତି ଦୁଃଖର ବିଷୟ ହେଉଛି ବୋଡେ଼ନ ତହସିଲ କାର୍ଯ୍ୟାଳୟରେ ଆସୁଥିବା ଜନସାଧାରଣଙ୍କ ପାଇଁ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଯାହା ଫଳରେ ଲୋକେ ବୁନ୍ଦାଏ ପାଣି ପାଇଁ ବିକଳ ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ତେଣୁକରି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ସାଧାରଣ ଜନତାଙ୍କ ପାଇଁ ଯେଉଁ ସବୁ ବ୍ୟବସ୍ଥା ଯୋଜନା ରହିଛି ବାଟ ବଣା ନ କରି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.