ଆଠ ବର୍ଷ ବିତିଲାଣି ମାଟି ହୁଙ୍କା ଘରେ

ପାଟଣାଗଡ :ରାଜ୍ୟରେ ଗରିବ ଲୋକଙ୍କୁ ରହିବାକୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଦେଉଛନ୍ତି.ହେଲେ ଏମିତି ଜଣେ ଗରିବ ମହିଳା କଣ୍ଠଦେଇ ବିଶି (70) ରୁହନ୍ତି  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁ ରେ. ତାର ଘର କହିଲେ ଏକ ଉଚ୍ଚ ମାଟି ଗଡା ଉପରେ ଉଇହୁଙ୍କା ଭଳିଆମାଟି ଘର ତିଆରି କରି ଏକା ରହୁଛି. କୌଣସି ସରକାରୀ ଘର ଖଣ୍ଡିଏ ଏ ପର୍ଯ୍ୟନ୍ତ ପାଇନାହିଁ. ଗାଁ ରେ ଭିକ୍ଷା ମାଗି, ଲୋକଙ୍କ ଘରେ ଖାଇବା ମାଗି ଚଳୁଛି କଣ୍ଠ ଦେଇ. ବହୁ ବର୍ଷ ଆଗରୁ ତାର ପୁଅ ଝିଅ ତାର ପାଖରେ ରହୁନାହିଁ. ଏତେ ବୟସ ରେ ଚଲିବା ମୁସ୍କିଲ ହେଉଛି.ପାଟଣାଗଡ ବ୍ଲକ ପ୍ରଶାସନ ଏତେ ସୁବିଧା ସରକାର ଠୁ ଆସୁଛି ହେଲେ ଏପରି ଅସହାୟ ମହିଳା ବିଷୟରେ ଖବର ନାହିଁ.ଅଞ୍ଚଳ ବାସି ପ୍ରଶାସନ କୁ ଘର ଖଣ୍ଡିଏ ଓ କିଛି ସାହାଯ୍ୟ ପାଇଁ ଦାବି କରୁଛନ୍ତି.

Leave A Reply

Your email address will not be published.