ଇନ୍ଦାଳ ରେ ପାନୀୟ ଜଳ ସମସ୍ୟା ରେ ହନ୍ତସନ୍ତ ଲୋକେ 

ଡେରାବିଶ (ନି. ପ୍ର )ଅସହ୍ୟ ଗୁଳୁଗୁଳି କୁ ଜଳ କଷ୍ଠ. ଶୋଷ ମେଣ୍ଟାଇବା ପାଇଁ ବିକଳ୍ପ ବିହୀନ ଇନ୍ଦାଳବାସି.ପିଇବା ପାଣି ଟିକେ ପାଇବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଛି. ତେବେ ପାଣି ସଙ୍କଟ ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଇନ୍ଦାଳବାସି.

ପ୍ରଚଣ୍ଡ ରୌଦ୍ର ତାପ, ଗୁଳୁଗୁଳି କରିଦେଉଛି ଅସହାୟ . ତା ଉପରେ ପୁଣି ଜଳ କଷ୍ଟ. ପାନୀୟ ଜଳ ପାଇଁ ବ୍ୟବସ୍ତା  ଥିଲେ ବି ତାହା ଏବେ ଅବ୍ୟବସ୍ଥା ରେ ପରିଣତ ହେଉଛି. ଟୋପାଏ ପାଣି ପାଇଁ ବ୍ୟସ୍ତ ବିବ୍ରତ ଇନ୍ଦାଳ ପଞ୍ଚାୟତ ର ବାସିନ୍ଧା.

 ବସୁଧା ଯୋଜନା ଅଚଳ. ଟ୍ୟାପ ଗୁଡିକ ଭଙ୍ଗା ପଡିଛି. ଟ୍ୟାପ ରୁ ପାଣି ଆସିନାହିଁ. 

କେଉଁ ଟ୍ୟାପ ର କଳ ନାହିଁ ତ ଆଉ କେଉଁ ଟ୍ୟାପ  କଳଙ୍କି ଲାଗି ଗଲାଣି..

ଆଉ ଯେଉଁ କିଛି ହାତ ଗଣତି ଟ୍ୟାପ ରୁ ପାଣି ଆସୁଛି  ତାହାର ମାତ୍ରା ବହୁତ କମ.ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳ ସଠିକ ସମୟ ରେ ମିଳିପାରୁନି..ଦାଇତ୍ୱ ରେ ଥିବା ଅପରେଟର ଙ୍କ ମନମାନି ଓ ଖାମଖିଆଲି ନୀତି ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଛଟପଟ ହେଉଛନ୍ତି.

ତେବେ  ପ୍ରତିବର୍ଷ ଏଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଇନ୍ଦାଳ ବାସି.

ଅନେକ ଦିନ ହେବ ଭଙ୍ଗା ପଡିଛି ଟ୍ୟାପ ଓ ଅଚଳହୋଇଛି ବସୁଧା ଯୋଜନା. ଅପରେଟର ଓ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ସରକାର ଙ୍କ ଯୋଜନା ର ସୁଫଳ ପାଇପାରୁ ନାହାନ୍ତି ଲୋକେ. ଅସନ୍ତୋଷ ପ୍ରକଟ କରିଛନ୍ତି ଅଞ୍ଚଳ ବାସି.

 ପାଖାପାଖି  ସାତ ହଜାର ଲୋକ ବାସ କରୁଥିବା ଏହି ଇନ୍ଦାଳ ପଂଚାୟତ ରେ ଜଳ ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଥିବା ବେଳେ ଏବର୍ଷ ର ପ୍ରଚଣ୍ଡ ରୌଦ୍ର ତାପ ଓ ଧୋକାବାଜ ମୌସୁମୀ ଯୋଗୁଁ  ସକାଳ ହେଲେ ପିଇବା ପାଣି ଚିନ୍ତା ରେ ଲୋକେ ହନ୍ତସନ୍ତ.. ଅଢଙ୍ଗା, ଦକ୍ଷିଣୀ ପାରି, ଛକନା, ବାରଗୋଡ଼ିଆ ଆଦି ଗ୍ରାମବାସି ତୁରନ୍ତ  ଭଙ୍ଗା ଟ୍ୟାପ ଗୁଡିକ ର ପୁନଃରୁଦ୍ଧାର ସହ ଅପରେଟର ଙ୍କ ମନ ମୁଖି କାର୍ଯ୍ୟ କଳାପ ବିରୁଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି.

ପଞ୍ଚାୟତ ର କିଛି ଅର୍ଦ୍ଧ ଭଗ୍ନ ପୁରୁଣା ଟିଉବଲ ଉପରେ ପାଣି ପାଇଁ ଲୋକେ ବର୍ତ୍ତମାନ ନିର୍ଭର ଶିଳ. 

 ତେବେ ସ୍ଥାନୀୟ ଅପାରେଟର ଏନେଇ ଖାମ ଖିଆଲି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି.

ଇତେବେ ଏ ବିଷୟ ରେ ସ୍ଥାନୀୟ ସରପଞ୍ଚ ଆଗାମୀ ଦିନ ରେ ଏହା ର ସମାଧାନ ର ପନ୍ଥା ବାହାର କରାଯିବ ବୋଲି କହିଛନ୍ତି.

ତେବେ ଡେରାବିଶ ବିଡ଼ିଓ ଏହି ସମସ୍ୟା ଅନେକ ପଞ୍ଚାୟତ ରେ ଥିବା କଥା ସ୍ୱୀକାର କରିଥିଲେ ଓ ଆଗାମୀ ଦିନ ରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି.

ଜଳ ସମସ୍ୟା ସମାଧାନ ପାଇଁ ବିଡ଼ିଓ ପ୍ରତିଶୃତି ଦେବାପାଇଁ ଲୋକ ସାମାନ୍ୟ ଅଶ୍ୱସ୍ଥି ହୋଇଛନ୍ତି କିନ୍ତୁ ଟୋପାଏ ସୁଦ୍ଧ ପାନୀୟ ଜଳ କେବେ ମିଳିବ ତାହା ସମୟ ସାପେକ୍ଷ.

ତେବେ ବସୁଧା ଯୋଜନା ଅନ୍ତର୍ଗତ ସୁବିଧା କୁ ସଠିକ ରୂପେ ଯୋଗାଇ ଡ଼େଇବାକୁ ଦାବି ରଖିଛନ୍ତି ପଂଚାୟତ ବାସି.

Leave A Reply

Your email address will not be published.