ଧାମନଗର – ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କମିଟି ତରଫରୁ ଧାମନଗର ଏନ ଏ ସି ଅଧୀନସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ citu ପାଚିକା ଓ ସହାୟିକା ନେତ୍ରୀ ଶାନ୍ତିଲତା ନାୟକ, ପ୍ରେମଲତା ମହାପାତ୍ର, ମମତା ପାତ୍ରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଗୟାଧର ସାହୁଙ୍କ ସଭାପତିତ୍ୱରେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ,ଚନ୍ଦ୍ରଶେଖର ନାୟକ,ଜୟିନୁଲ ଆବେଦିନ,ଶାନ୍ତିଲତା ନାୟକ, ଗୁରୁବାରି ପରିଡ଼ା ହେମଲତା ମହାପାତ୍ର ମମତା ପାତ୍ର ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣାସ୍ତ୍ର ନୀତି ବିରୋଧରେ ବକ୍ତବ୍ୟ ପ୍ରଦାନ କରିଥିଲ। ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ବର୍ଷକୁ ତିନିଟି ଶାଢ଼ୀ ଦେବା, ଦରମା ନିୟମ ଅନୁଯାୟୀ ନମିଳିବା, ଅଠେଇସି ମାସର ବକେୟା ପାଉଣା ତୁରନ୍ତ ଦେବା, ସେମାନଙ୍କୁ ସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତ ଦେବା, ବିଦ୍ୟାଳୟ ମିଶ୍ରଣ କରି ସରକାର ପାଚିକା ସହାୟିକାଙ୍କ ଙ୍କୁ ଛଟେଇ ବନ୍ଦ କରିବା ଦାବିକରି ସାତ ଦଫା ସମ୍ବଳିତ ଦାବିପତ୍ର BEO ଙ୍କୁ ପ୍ରଦାନ କରିଥିଲେ ସେଠାରେ ଉପସ୍ଥିତ ଲୋକଙ୍କୁ ଏକ ହୋଇ ଲଢେଇ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଓ ସରକାର ସେମାନଙ୍କୁ ସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଘୋଷଣା ନ କଲେ ଆନ୍ଦୋଳନ ବ୍ୟାପକ ହେବ ନବୀନ ପଟ୍ଟନାୟକ ଙ୍କ MLA ,MP ଦରମା ଓ ପେନସନ ସୁବିଧା ରହିଛି ହେଲେ ପାଚିକା ସହାୟିକାଙ୍କ ଙ୍କୁ ଶୋଷଣ କରୁଥିବା ରୁ ତା ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।