ପ୍ରେମିକ ଘର ଆଗରେ ଦୁଇ ନାବାଳିକାଙ୍କ ଧାରଣା ଦୁହିଁଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ଦାବି

ଧାମନଗର- ଧାମନଗର ଥାନା ଅନ୍ତର୍ଗତ ଚୁଡାକୁଟି ପଞ୍ଚାୟତ ସୋରିଷ ଢିଅ ଗ୍ରାମର ମହେନ୍ଦ୍ର ମଲ୍ଲିକଙ୍କ ଦୁଇ ନାବାଳିକା ଝିଅ  ଧୁଷୁରି ଥାନା ନଦୀଗାଁ ମଳିକ ସାହିର ବିଜୟ ମଲ୍ଲିକଙ୍କ ନାବାଳକ ପୁଅ ସିପୁନ ମଲ୍ଲିକ ଓ କୁଳସାହି ଗ୍ରାମର ଜଗବନ୍ଧୁ ମଲ୍ଲିକଙ୍କ ପୁଅ ମନୋଜ କୁ ଉଭୟଙ୍କୁ ଦୁଇ ଭଉଣୀ ଦୁଇବର୍ଷ ହେବ ପ୍ରେମ କରି ଆସୁଥିଲେ ।ରବିବାର ବିଳମ୍ବିତ ରାତିରେ ଉଭୟ ନାବାଳକ ନାବାଳିକାଙ୍କ ଘରେ ପସିଥିବା ସମୟରେ ଗ୍ରାମବାସୀ ଧରି ଉଭୟ ପୁଅ ଝିଅଙ୍କୁ ବାନ୍ଧି ରଖିଥିଲେ। ତେବେ ପୋଲିସ ଖବର ପାଇ ଉଭୟ ପୁଅ ଓ ଝିଅକୁ ଥାନାକୁ ଆଣି ଆପୋଷ ବୁଝାମଣା କରି ଛାଡିଦେଇଥିଲା ।ହେଲେ ଆଜି ଉଭୟ ନାବାଳିକା ସିପୁନ ମଳିକଙ୍କ ଘର ଆଗରେ ଧାରଣ ଦେଇଥିବା ବେଳେ ସିପୁନ ଓ ତା ପରିବାର ଏବେ ଘରେ ଚାବି ପାକାଇ କୁଆଡେ ଫେରାର ଥିବାବେଳେ ଅନ୍ୟ ପଟେ କୁଳସାହିର ମନୋଜର ପରିବାର ମଧ୍ୟ ଘରେ ଚାବି ପକାଇ ଫେରାର ଅଛନ୍ତି ।ଉଭୟ ନାବାଳିକା ଭଉଣୀ ଘର ଆଗରେ ବସି ରହିଛନ୍ତି ।ଗୋଟିଏ ଜିଧି ଆମକୁ ସ୍ତ୍ରୀ ର ମାନ୍ୟତା ଦିଅ କାରଣ ଆମକୁ ଆମ ପରିବାର ଓ ଗାଁ ଲୋକ ଗ୍ରହଣ କରୁ ନାହାନ୍ତି। ଯଦି ଆମକୁ ସ୍ତ୍ରୀ ର ମାନ୍ୟତା ନ ମିଳେ ତାହେଲେ ଆମେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି।

Leave A Reply

Your email address will not be published.