କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ଏକ ସୁଚିନ୍ତନ କରି ସହରର ଅଳିଆ ଆବର୍ଜନାକୁ ଖତ ତିଆରି କରିବା ପାଇଁ ୱେବ ଜୋନ ଟିଏ ନିର୍ମାଣ କଲେ ସାଢେ ତିନି କୋଟି ଟଙ୍କା ବ୍ୟୟରେ, ଫଳରେ ସହରର ଅଳିଆ ଆବର୍ଜନା ସଫା ହେବା ସଙ୍ଗେ ସଙ୍ଗେ ସେହି ଅଳିଆ ଆବର୍ଜନାରୁ ଚାଷିଙ୍କ ନିମନ୍ତେ ଖତ ସାର ଉତ୍ପାଦନ କରାଗଲେ ଚାଷୀମାନେ ଅଳ୍ପ ଖର୍ଚ୍ଚରେ ଭଲ ଭାବରେ ଚାଷ କରିପାରିବେ ବୋଲି ଆଶା କରାଯାଉଥିଲା, ତଥା ଅନେକ ଲୋକ ଏଠାରେ ନିଯୁକ୍ତି ପାଇ ପରିବାର ପ୍ରତିପୋଷଣ କରିପାରିବେ କିଛି ମାତ୍ରାରେ ଦାଦନ ସମସ୍ୟା କମିବା ବୋଲି ଅନୁମାନ କରାଯାଉଥିଲା, ଦୁର୍ଭାଗ୍ୟର ବିଷୟ ଯେ ଏନଏସି ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ସେଠାରେ କାର୍ଯ୍ୟ ବନ୍ଦ ହୋଇଯାଇଛି, ଅନ୍ୟ ପକ୍ଷରେ ବିଜେଡ଼ି ବିଧାୟକ ପାର୍ଥି ଅଜୟ ଦାସ କଂଗ୍ରେସ ଚେୟାରମ୍ଯାନ ବରିୟମ ସିଂ ସାଲୁଜାଙ୍କ କରାମତିରୁ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ଏଠିକାର ଲୋକ ଏହି ୱେବ ଜୋନ୍ ରୁ ଉପକୃତ ହେଲେ ସମସ୍ତେ ବିଜେଡ଼ିକୁ ଚାଲିଯିବେ ଭାବି ଭୟରେ ଏହି କରାମତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନ୍ୟ ପକ୍ଷରେ ଚେୟାରମ୍ଯାନ ବରିୟମ ସିଂ ସାଲୁଜାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ଗ୍ରହଣ କରୁନଥିବାରୁ ତାଙ୍କ ପ୍ରତିକ୍ରିୟା ସମ୍ଭବ ହୋଇପାରିଲା ନାହିଁ, ଜନସାଧାରଣଙ୍କୁ ଏନେଇ ପଚାରିବାରୁ କେହି ବିଶ୍ବାସ କରି ପାରୁନାହାନ୍ତି କାରଣ ଶ୍ରୀ ନାଗୁ ଜି ଲୋକଙ୍କ ହିତ ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ସେ ସଦାବେଳେ କହନ୍ତି ଆଉ ସହରର ଡ୍ରେନ ଗୁଡ଼ିକ ଶିଘ୍ର ଶିଘ୍ର ସଫା କରାଉଛି, ତେଣୁକରି ସେ କେବେହେଲେ ଲୋକଙ୍କ ବିରୋଧରେ ତାଙ୍କ ରାଜନୈତି କରିବେ ନାହିଁ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି, ଅନ୍ୟ ପକ୍ଷରେ ଏନ୍ଏସି ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କୁ କାହିଁକି ବନ୍ଦ ରହିଛି ତାହା ବୁଝିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ହିଁ ତାଙ୍କର କୌଣସି ଦର୍ଶନ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମଧ୍ଯ ସମ୍ଭବ ହେଲା ନାହିଁ, ଏଠାରେ ପ୍ରଶ୍ନ ଉଠିଛି ଯେ କାହିଁକି ବନ୍ଦ କରାଯାଇଛି ଏତେ ବଡ଼ ପ୍ରୋଜେକ୍ଟକୁ…? କେଉଁ ଉଦ୍ଦେଶ୍ଯରେ ବନ୍ଦ କରାଯାଇଛି..?
ବନ୍ଦ କରିବା ପଛରେ କିଏ କିଏ ସମ୍ପୃକ୍ତି ରହିଛନ୍ତି..?
କଣ୍ଟାବାଞ୍ଜି ଆଗକୁ ଯାଉ ବୋଲି ଚାହୁଁଛନ୍ତି ନା ନାହିଁ ସମ୍ପୃକ୍ତ ବ୍ୟକ୍ତିମାନେ..?