ବେଲପଡ଼ା ; ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ରେ କାମ ରେ ଦୁର୍ନୀତି ହଉଛି ଆଉ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତାହା ଦେଖି ଦେଖି ଆଖି ବୁଲେଇ ନେଉଛନ୍ତି , ତାହା ଅଞ୍ଚଳ ବସି ଙ୍କ ମାନରେ ବିଭାଗ ପ୍ରତି ବିଦ୍ରୋହୀ ମନୋଭାବ ଜାଗ୍ରତ କରୁଛି । ସୂଚନଯୋଗ୍ୟ ଯେ ବେଲପଡ଼ା ବ୍ଲକ୍ ରେ ରାଡବାହାଲ ଗ୍ରାମ ରେ ଏକ ଅଙ୍ଗନବାଡି ଗୃହ ନିର୍ମାଣ ହେଇଛି । ଯାହାର ଖର୍ଚ୍ଚିତ ରାଶି ସାତ ଲକ୍ଷ୍ୟ ଲେଖା ହେଇଛି । କିନ୍ତୁ କାର୍ଯ ଫଳକ ଏକ ପାଣି ଟାଙ୍କି ରେ ଲେଖା ହେଇଛି । ଆଉ ଫଳକ ରେ ଆଇ. ସି. ଡି. ଏସ ଗୃହ ର ପାଚେରୀ ନିର୍ମାଣ ମଧ୍ୟ ଲେଖା ହେଇଛି । କିନ୍ତୁ ସେଠୀ କୌଣସି ନୂତନ ପାଚେରୀ ନିର୍ମାଣ ହେବା ଦେଖା ଯାଇନାହିଁ । ଜଉ ପାଚେରୀ ରହିଛି , ତାହା ସ୍କୁଲ ର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି , ଯାହାକି ପୂର୍ବତନ ବିଧାୟକ ଶ୍ରୀ ଅନଙ୍ଗ ଉଦୟ ସିଂଦେଓ ଉଦ୍ଘାଟନ କରି ଥିଲେ । ପ୍ରଶ୍ନ ଉଠୁଛି , ଯଦି ଫଳକ ରେ ପାଚେରୀ ଲେଖା ଯାଇଛି ତ ପାଚେରୀ ଗଲା କୁଆଡେ ? ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚରା ଯିବାରୁ ସେ ମୁ ୟେ ବିଷୟ ରେ ଏବେ କିଛି ଜାଣିନି , ପରେ କେବେ କହିବି ବୋଲି କହିଛନ୍ତି । ପ୍ରଶ୍ନ ଉଠୁଛି କି ଯଦି କାମ ଟି ତାଙ୍କ ତଦାରଖ ରେ ହେବା କଥା ତ ସେ ୟେ ପର୍ଯ୍ୟନ୍ତ କାର୍ଯ ସ୍ଥାନ କୁ ତଦାରଖ କରିବା ପାଇଁ କଣ ପାଇଁ ଜାଇ ନାହାଁନ୍ତି ? ଜଦିବା ଯାଇ ନାହାନ୍ତି , ତ ବିଲ ହେଲା କେମିତି ? ଏଠି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଚାଲି ନାହିଁ ତ ବୋଲି ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।