ଭାଙ୍ଗି ଗଲାଣି ଶୁକପିଟ… କାର୍ଯ୍ୟନୁଷ୍ଠାନ ନେଉନି ପ୍ରଶାସନ… ଭିଜିଲାନ୍ସ ତଦନ୍ତ ଦାବି

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ ବ୍ଲକ ରେ ଭରତବାହାଲ ପଂଚାୟତ ରେ  ନଳକୂପ ପାଣି ରୋକିବା ପାଇଁ ନିର୍ମିତ ଶୁକପିଟ ଭାଙ୍ଗି ଯିବା ଘଟଣା ଖବର ପ୍ରକାଶ କଲା ପରେ ମଧ୍ୟ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନେଇନ ଥିବା ଜଣାପଡୁଛି. ପୁଣି ଏକ ପଂଚାୟତ ଧୂବଳପଡ଼ା ର ବାନ୍ଧନଘୋର ଗାଁ ରେ ଶୁକପିଟ ଭାଙ୍ଗି ପଡ଼ିଥିବା ନଜର କୁ ଆସିଛି. ଆମେ ବ୍ଲକ ରୁ ଖବର ନେଇ ଜାଣିଲୁ ଜେ କାମ ର 70%ଅନୁଦାନ ବ୍ଲକ ତରଫରୁ ବିଲ ପୈଠ ହୋଇଯାଇଛି. କିନ୍ତୁ ବାକି ନିର୍ଦ୍ଧିଷ୍ଟ ପଂଚାୟତ ର 30%ଅନୁଦାନ ବିଲ ପୈଠ ହୋଇନାହିଁ କି ସପୃକ୍ତ ପଂଚାୟତ ରେ ଫାଇଲ ଖୋଲା ହୋଇନଥିବା ନୂତନ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ସୂଚନା ଦେଉଛନ୍ତି. କିନ୍ତୁ 100%ଅନୁଦାନ ନ ହୋଇକି କେମିତି ବିଡ଼ିଓ ଫାଇଲ ଖୋଲିଲେ. ଆଉ ଗୋଟେ ଘଟଣା କର୍ମଚାରୀ ଓ ସରପଞ୍ଚ ଙ୍କ କହିବା ଅନୁଯାଇ ପଂଚାୟତ ରେ ଯଦି କମର ଏକ୍ସନ ପ୍ଲାନ ରହିଛି କେମିତି ବ୍ଲକ ରେ ଫାଇଲ ଖୋଲା ହେଉଛି. କିନ୍ତୁ ଅଭିଯୋଗ ରେ ମଧ୍ୟ କୌଣସି ଗୁରୁତ୍ୱ ଦେଉନାହାନ୍ତି ଉପରିସ୍ଥ ଅଧିକାରୀ ତେଣୁ ଲୋକେ ଏଇ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି.

Leave A Reply

Your email address will not be published.