ବେଲପଡ଼ା : ବେଲପଡ଼ା ବ୍ଲକ୍ ରେ ପାଣି ର ସମସ୍ୟା ଉତ୍କଟ ରୂପ ନେଇଛି । ପ୍ରାୟ ସମସ୍ତ ପଞ୍ଚାୟତ ରେ ଏହି ସମସ୍ୟା ରହିଛି । ସେ ନେଇ ଆଜି ବେଲପଡ଼ା ଗ୍ରାମବସି ବ୍ଲକ୍ ଘେରାଉ କରିଥିଲେ । ସୂଚନଯୋଗ୍ୟ ଯେ ବେଲପଡ଼ା ରେ ସବୁ ଯୋଜନା ପୂର୍ବ ପରି ରହି ଆସିଛି । କିନ୍ତୁ ଆଗ ଅପେକ୍ଷା ଏବେ ଜନସଂଖ୍ୟା ବୃଦ୍ଧି ପାଇବାରୁ ତାହା ଲୋକଙ୍କୁ ନିଅଣ୍ଟ ହେଉଛି । ବେଲପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଭିକ୍ଟର ସରାଙ୍ଗ ପାଣି ପାଇଁ ଦେଢ଼ ଲକ୍ଷ୍ୟ ଟଙ୍କା ପଞ୍ଚାୟତ କୁ ମଞ୍ଜୁର କରିଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ ହରିଶ ବୁଡେକ୍ ଙ୍କ କହିବା ଅନୁଯାଇ ତାହା ବହୁତ୍ କମ ହେଇଛି । ଗତ ତିନି ମାସ ରୁ ତିନୋଟି ପାଣି ଟାଙ୍କର ବେଲପଡ଼ା ଗ୍ରାମ ରେ ଲୋକଙ୍କ ପାଇଁ ପାଣି ଯୋଗାଇଛି । କିନ୍ତୁ ବି. ଡି. ଓ ଜଉ ରାଶି ମଞ୍ଜୁର କରିଛନ୍ତି ତାହା ବହୁତ୍ କମ୍ ବୋଲି ପ୍ରକାଶ କରି ଥିଲେ ଓ ଲିଖିତ ଆକାର ରେ ମଧ୍ୟ ଜଣେଇ ଥିଲେ । ଏହା ପରେ ବି. ଡି.ଓ ତାକୁ ବନ୍ଦ କରି ଦେବା ପାଇଁ କହିଥିଲେ । ଏହା ଉପରେ କ୍ଷୁବ୍ଧ ହେଇ ଅଞ୍ଚଳ ବସି ବ୍ଲକ୍ ଘେରାଉ କରିଥିବା କହି ଥିଲେ । ପରେ ଭିକ୍ଟର ସରାଙ୍ଗ ସେମାନଙ୍କୁ ଅନ୍ୟ ଜଉ ଫଣ୍ଡ ରୁ ମଧ୍ୟ ବ୍ୟବସ୍ଥା କରି ପାଣି ସମସ୍ୟା ର ସମାଧାନ ହେବ ବୋଲି ଆଶ୍ଵାସନା ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରି ଥିଲେ । ସୂଚନା ଯୋଗ୍ୟ ଯେ ଏଥିରେ ସହ ସହ ମହିଳା ଯୋଗ ଦେଇ ଥିଲେ ଓ ଯଦି ପ୍ରତିଶ୍ରୁତି ଅନୁଯାଇ ଶୀଘ୍ର ସମସ୍ୟା ର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବା ର ସୂଚନା ଦେଇଛନ୍ତି । ଆନ୍ଦୋଳନ ରେ ମୁଖ୍ୟ ହରିଶ ବୁଡ଼େକ୍ , ଜିତୁ ନାୟକ , ଜନାର୍ଦନ ସିଂହ , ଆଲୋକ ବେହେରା , ମହାଦେବ ମେହେର ଆଦି ଉପସ୍ଥିତ ଥିଲେ ।