ପାଟଣାଗଡ :ରାଜ୍ୟରେ ବର୍ତମାନ ଦ୍ରୁତ ଗତିରେ ଚାଲିଛି 5t ଅଧୀନରେ ସ୍କୁଲ ର ରୂପାନ୍ତରିତ କାମ. ଏଇ ପରିପେକ୍ଷୀରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅଧୀନରେ ଦ୍ଵିତୀୟ ଦଫାରେ 9ଟି ସ୍କୁଲ ରୂପାନ୍ତରିତ କାମ ହୋଇଛି. ଆମେ ଆଗରୁ ବ୍ଲକ ର ସୁନାମୁଦୀ ସ୍କୁଲ ରୂପାନ୍ତରିତ କାମ ନାମରେ ପୁରୁଣା ଘରକୁ ରଙ୍ଗଦେଇ ନୁଆଁ କରିବାକୁ ପ୍ରୟାସ କରିଛି ପାଟଣାଗଡ ବ୍ଲକ ପ୍ରଶାସନ ବୋଲି ଖବର ପ୍ରକାଶ କରିଥିଲୁ. କିଛି ଜାଗାରେ ସ୍କୁଲ ଗୃହ ଭାଙ୍ଗି ଯାଇଥିଲା ପରେ ବି ମରାମତି ନ କରି ରଙ୍ଗ ଦେଇଦେଇଛନ୍ତି ଠିକାଦାର. ବହୁତ ଗୁଡିଏ ସ୍କୁଲ ଯଥା ଯୁଗୀମୁଣ୍ଡା, ବନେଇମୁଣ୍ଡା, ଦଣ୍ଡରବହାଲ, ଆଦି ଅନେକ ସ୍କୁଲ ରେ ସମାନ ରୂପ ଦେଖିବାକୁ ମିଳିଛି. ସୌନ୍ଦର୍ଯ୍ୟ କରଣ ନା ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଲାଭ କିଛିନାହିଁ. ଆଜି ଏକ ଭିନ୍ନଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ ବ୍ଲକ ଅଧୀନରେ କାର୍ଯ୍ୟ ହୋଇଥିବା ପାଟଣାଗଡ ସହର ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏଇ ସ୍କୁଲ କୁ 5ଟି ଅଧୀନରେ ରୂପାନ୍ତରିତ କାମ କରାଯାଇଛି. କିଛି ଦିନତଳେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିଛନ୍ତି. ଆଜି ଅଛରାୟେ ବର୍ଷା ରେ ସ୍କୁଲ ଟି ପୁରା ପାଣିରେ ବାହାରେ ଭର୍ତି ହୋଇଯାଇଥିଲା. ମୁଖ୍ୟ ରାସ୍ତା ରୁ ସ୍କୁଲ ଗୃହ ପର୍ଯ୍ୟନ୍ତ ଆଣ୍ଠୁଏ ପାଣିରେ ଭରିରହିଥିଲା. ତା ସାଙ୍ଗେ ସ୍କୁଲ ର ଶ୍ରେଣୀ କୋଠରୀରେ ଭିତରେ ମଧ୍ୟ ପାଣି ଭର୍ତି ହୋଇଯାଇଥିଲା, ହେଲେ ଛାତ୍ରୀ ମାନେ ବାଧ୍ୟହୋଇ ପାଠ ପଢିଥିଲେ. ସରକାର ସ୍କୁଲ ରୂପାନ୍ତରିତ ନା ରେ ଏତେଟଙ୍କା ଖର୍ଚ୍ଚ କରୁଛନ୍ତି ଲାଭ କଣ, ପୁରୁଣା ଘର କୁ ମରାମତି ନ କରି ରଙ୍ଗବୋଲି କାମ ସାରିଦେଇଛନ୍ତି ବ୍ଲକ ଓ ଠିକାଦାର. ଆଉ ଗୋଟିଏ ଘଟଣା ହେଲା ସ୍କୁଲ ବାହାରେ ବହୁତ ଗୁଡିଏ ଗାତ ଓ ମାଟି ଭରି ରହିଛି ଫଳରେ ପାଣି ଭର୍ତି ହୋଇଯାଇପାରୁନି. ଯାହାକି କାମ ସମ୍ପୂର୍ଣ ହୋଇନଥିବା ଜଳ ଜଳ ହୋଇ ଦେଖାଯାଉଛି. କିନ୍ତୁ ଅସମ୍ପୂର୍ଣ କାମ କୁ କାହା ତଦାରଖ ର ରିପୋର୍ଟ ବଳରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ କାମ ଦର୍ଶାଇ ଉଦଘାଟନ କଲେ ତାହା ତଦନ୍ତ ସାପେକ୍ଷ. ବାରମ୍ବାର ପାଟଣାଗଡ ବ୍ଲକ ବିଡ଼ିଓ,ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଙ୍କୁ ନେଇ ଜିଲ୍ଲାପାଳ ତଦାରଖ କରୁଛନ୍ତି ହେଲେ ଉଦଘାଟନ ର ସମୟ ସୀମାଭିତରେ କେମିତି ସ୍କୁଲ କାମ ସମ୍ପୂର୍ଣ ହୋଇପାରିଲାନି. ଏ ଘଟଣା ଉପରେ କାହିଁକି ପାଟଣାଗଡ ବ୍ଲକ ପ୍ରଶାସନ ଉପରେ କାର୍ଯ୍ୟନୁଷ୍ଠାନ ନେଲେ ନାହିଁ ଜିଲ୍ଲାପାଳ. ଆଗରୁ ପାଟଣାଗଡ ବିଡ଼ିଓ ଙ୍କୁ ଖରାପ କାମ ଓ ଧୀରା କାମ ପାଇଁ ପାଟଣାଗଡ ରମାଇ ହାଇସ୍କୁଲ ଘଟଣା ରେ ଜିଲ୍ଲାପାଳ ତାଗିତ କରିଥିଲେ. ପାଟଣାଗଡ ର କୌଣସି ସ୍କୁଲ କାମରେ 5ଟି ର କୌଣସି ଟି ଦେଖିବାକୁ ମିଳିନାହିଁ. ଆଜି ପାଟଣାଗଡ ବ୍ଲକ ଅଧୀନରେ ହେଉଥିବା 5ଟି ସ୍କୁଲ ରୂପାନ୍ତରିତ କାମ ଯୋଗୁଁ ରାଜ୍ୟ ସରକାର ଓ ଜିଲ୍ଲାପାଳ ଙ୍କୁ ଲୋକଙ୍କ ଭିତରେ ପ୍ରଶ୍ନ ବାଚୀକ ସୃଷ୍ଟି କରିଦେଇଛି. ଲୋକେ 5ଟି କାମ ଟେଣ୍ଡର ନ ହୋଇ ବିଭାଗୀୟ ବ୍ଲକ ଅଧିକାରୀ ଓ ବିଡ଼ିଓ ଙ୍କୁ ଧରି ଠିକାଦାର ନିଯୁକ୍ତି କୁ ମଧ୍ୟ ନା ପସନ୍ଦ କରିଛନ୍ତି.