କଣ୍ଟାବାଞ୍ଜି- ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଆଜି ଆଡିସିନାଲ ଡିଷ୍ଟ୍ରିକ୍ଟ & ସେକ୍ସନ ଜଜ ହିମାଂଶୁ ଶେଖର ମଲ୍ଲିକଙ୍କ ନିକଟରେ ହଜାର କରିବା ପାଇଁ ପୋଲିସ ସ୍ଵତନ୍ତ୍ର ଗାଡ଼ିରେ ଆଣି ହାଜର କରିଥିଲେ I ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଚର୍ଚ୍ଚିତ ଓକିଲ ଅମରେନ୍ଦ୍ର ମିଶ୍ର ଏସପେସିଆଲ ପିପି ନିଯୁକ୍ତ ଥିବା ବେଳେ ଅଞ୍ଚଳ ବାସୀ ବିଶ୍ବାସ କରୁଛନ୍ତି ଯେ ମମିତା ହତ୍ୟାକାରୀକୁ ସୁନିଶ୍ଚିତ ଭାବେ ଦଣ୍ଡ ମିଳିବ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି I ଅନ୍ୟ ପକ୍ଷରେ କଳାହାଣ୍ଡି ଜିଲ୍ଲାର ମସୁର ଓକିଲ ଶ୍ରୀ ଦୁର୍ଗା ପ୍ରସାଦ ପାଢି ମଧ୍ୟ କୌଣସି ଦିଗରେ କମ ନୁହନ୍ତି, ଶ୍ରୀ ପାଢି ମଧ୍ୟ କଳାହାଣ୍ଡି ଜିଲ୍ଲାରେ ସବୁଠାରୁ ବଡ ଓକିଲ ହୋଇଥିବା ବେଳେ ଏସପେସିଆଲ ପିପି ଶ୍ରୀ ମିଶ୍ରଙ୍କୁ କିଭଳି ଭାବେ ସାମ୍ନା କରିବେ ସେ ନେଇ ପଚାରିବାରୁ ସେ କହିଥିଲେ ଯେ କୋର୍ଟ କୌଣସି ଦରକାରୀ କାଗଜପତ୍ର ଦେଉ ନାହାନ୍ତି, କାହିଁକି ଦେଉ ନାହାନ୍ତି ତାର ଉଦ୍ଦେଶ୍ୟ କଣ ତାହାର ସଠିକ ପ୍ରମାଣ ହେଉଛି ଭୁଲ ପ୍ରମାଣ ଯୋଗୁଁ ଦେବାକୁ ଅନିଚ୍ଛା କରୁଛନ୍ତି, ତାଙ୍କର ମୂଳ ଉଦ୍ଦେଶ୍ୟ ଏହି କି ଯେ ଯଦି ବି କିଛି ବି ଏହି ଭିତ୍ତିହୀନ ପ୍ରମାଣ ଦୁର୍ଗା ପ୍ରସାଦ ପାଢିଙ୍କ ହସ୍ତଗତ ହୋଇଯାଏ ତେବେ ସେ ଭୁଲ ପ୍ରମାଣିତ କରିଦେବେ ବୋଲି ଭାବୁଛନ୍ତି ତେଣୁକରି କୌଣସି ବି ପ୍ରମାଣପତ୍ର ଦେଖାଉ ନାହାନ୍ତି ଓ ଦେଉ ନାହାନ୍ତି ବୋଲି କହିଛନ୍ତି ଶ୍ରୀ ପାଢି, ଅନ୍ୟ ପକ୍ଷରେ ଏସପେସିଆଲ ପିପି ଶ୍ରୀ ଅମରେନ୍ଦ୍ର ମିଶ୍ର ମଧ୍ଯ ସୁନିଶ୍ଚିତ କରିଦେଇଛନ୍ତି ଯେ ଗୋବିନ୍ଦ ସାହୁକୁ ଅଦାଳତ ଯାହା ବି ସଜା ଦେବେ ତାହା ପୂରଣ କରିବା ପର୍ଯ୍ୟନ୍ତ ସେଇଠି ହିଁ ରହିବାକୁ ପଡ଼ିବ ବୋଲି ସୂଚାଇ ଦେଇଛନ୍ତି