ଆଦିବାସୀଙ୍କ ମୁଣ୍ଡରେ ଗରା, କେନ୍ଦୁଝର ପାଣି ବାଲେଶ୍ବର ରୋଷେଇ ? 

ବାଲେଶ୍ବର- ସରକାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଜଳ ସଙ୍କଟ ହେଉନାହିଁ ଦୂର । ମୁଣ୍ଡରେ ଗରା ମୁଣ୍ଡେଇ ବ୍ଲକ ଅଫିସ୍ ଆସୁଛନ୍ତି ବସ୍ତିବାସିନ୍ଦା । ପାଣି ନେଲେ କରିବେ ରୋଷେଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡ ଆଦିବାସୀ ସାହିରେ । ସାହିରେ ପ୍ରାୟ ୮୦ ପରିବାରରେ ୪୦୦ଶହରୁ ଉର୍ଦ୍ଧ୍ବ ଲୋକ ବାସକରନ୍ତି । ଉକ୍ତ ୱାର୍ଡରେ ୨ଟି ନଳକୂପ ଅଛି । ସେଥିମଧ୍ୟରୁ ଗୋଟିଏ ଦୀର୍ଘଦିନ ହେବ ଖରାପ, ଅନ୍ୟଟିରେ ଖରାଦିନ ଆରମ୍ଭରୁ ଜଳସ୍ତର କମିଯାଉଛି । ଯେତେ ମାଡିଲେବି ବାହାରୁ ନାହିଁ ପାଣି । ଜୀବନ ବଞ୍ଚାଇବା ପାଇଁ ଗ୍ରାମବାସୀ ମାନେ ନିକଟସ୍ଥ ଦୂଷିତ ଚୂଆପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏପରି କି କେନ୍ଦୁଝର ଜିଲ୍ଲାରୁ ପାଣି ଆଣି ବାଲେଶ୍ବର ଜିଲ୍ଲା ଉକ୍ତ ଅଧିବାସୀ ମାନେ ଚଳୁଛନ୍ତି । ଯେଉଁଥି ପାଇଁ ଅପରିଷ୍କାର ଓ ଅସନା ପାଣି ପିଇ ଅନେକ ଲୋକ ରୋଗରେ ପଡୁଛନ୍ତି । ଏଥିପାଇଁ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ସେଥିପାଇଁ ଗତ ତା ୨୨/୬/୨୨ ରିଖ ବୁଧବାର ବସ୍ତିର ଆଦିବାସୀ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ମୁଣ୍ଡରେ ଗରା ମୁଣ୍ଡେଇ ଖରାରେ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଭେଟି ଥିଲେ । 

          ଜେଇଙ୍କୁ ପଠାଇ ସଠିକ୍ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଲେ । ତଥାପି ଲୋକମାନେ ବ୍ଲକ କାର୍ଯ୍ୟାଳୟ ଛାଡି ଯାଇନଥିଲେ । ନିଜର ହକ୍ ଆଦାୟ ପାଇଁ ବସି ରହିଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ବସୁଧା ଯୋଜନା କାହା ପାଇଁ ? ଯଦି ଏ ଯୋଜନ ସମସ୍ତଙ୍କ ପାଇଁ ବ୍ଲକ କାର୍ଯ୍ୟାଳ ଭିତରେ ଏ ଦୃଶ୍ୟ କାହିଁକି ? ବାଉଁଶଗଡିଆ ପଞ୍ଚାୟତର ସମାଜସେବୀ ଦୈତାରି ପଣ୍ଡା ଏହାର ନେତୃତ୍ୱ ନେଇଥିଲେ । ଏଥିରେ ଆଦିବାସୀ ବସ୍ତିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ନିରୀହ ଲୋକ ସାମିଲ ଥିଲେ । ଘଟଣାର ସତ୍ଯାସତ୍ଯ ଜାଣିବା ପାଇଁ ବାଲେଶ୍ବର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ତା ୨୩/୬/୨୨ ରିଖ ସକାଳେ ଆଦିବାସୀ ସାହିରେ ପହଞ୍ଚି ଘଟଣାର ସତ୍ଯତା ଥିବା ଜାଣିବାକୁ ପାଇଥିଲେ । ଯଦି ପ୍ରଶାସନ ପ୍ରତିକାର ନ କରନ୍ତି ଆଗାମୀ ଦିନରେ ଯାହାବି ଘଟିବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀ ପାଣ୍ଡୁ ସିଂ, କାଇଁଞ୍ଚ ସିଂ, ସାଦୁ ସିଂ, ବିଶ୍ରା ଭଦ୍ରା, ମୋଟ ହୋ, ଯୁଗୁ ସିଂ, ଗମ୍ବାରା ସିଂ, ଜାନକୀ ସିଂ, ବି.କେ ସିଂ, ଦର୍ଶନ ଭଦ୍ରା, ପଟେଲ ସିଂ, ଶ୍ଯାମ ସିଂ, ସଜନୀ ସିଂ, ଶାନ୍ତି ସିଂ, ଆଚି ସିଂ, ନାନ୍ଦି ସିଂ, ବେଲ ସିଂ, ରାଇମଣି ଭଦ୍ରା, କୁନି ସିଂ, କାଇରୀ ସିଂ, ଦିଉଗୀ ସିଂ, ଜାଡୁ ସିଂ, ରୀନା ସିଂ, କାନୁ ସିଂ, ବାଗନ ସିଂ, ବଟେ ସିଂ, ଜୁନା ସିଂ, ଚମ୍ପା ସିଂ, କିଶାନ ସିଂ, ରାମ ସିଂ, ଦୁଲ୍ଲଭ ସିଂ, ମାଣିକ ସିଂ, ନାଦୁ ସିଂ, ସମା ହୋ ଓ ବୀର ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.