୨୦୨୫ ସୁଦ୍ଧା ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରାଯିବ

ପୁରୀ – ୨୦୨୫ ସୁଦ୍ଧା ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରାଯିବାକୁ ଆୟୋଗ ପଦକ୍ଷେପ ନେଇଛନ୍ତି। ତେଣୁ ପ୍ରତିଟି ପିଲାଙ୍କ ସୁରକ୍ଷା ପାଇଁ  ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅନୁରୋଧ କରିଛନ୍ତି।ରବିବାର ଅପରାହ୍ନରେ ସର୍କିଟ ହାଉସ ଠାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶିଶୁ ବନ୍ଧୁ ରଥଯାତ୍ରା ଭାବେ କାର୍ଯ୍ୟ କରିବା ସମ୍ପର୍କରେ  ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ସୁଶ୍ରୀ ପ୍ରଧାନ ଶିଶୁ ମାନଙ୍କ ସୁରକ୍ଷିତ ଭବିଷ୍ୟତ, ଶିକ୍ଷା ଅଧିକାର,ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଗଠନ ପାଇଁ ଆୟୋଗ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ବର୍ତ୍ତମାନ ଗଞ୍ଜାମ, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି।ଜିଲ୍ଲା ସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟି ନିୟମିତ ବସିବା, ଟାସ୍କଫୋର୍ସ ଗୁଡିକ ସଶକ୍ତ ଓ ନିରନ୍ତର ଅନୁଧ୍ୟାନ କରିବା, ବିଦ୍ୟାଳୟ ରେ ଡ୍ରପ ଆଉଟ ସଂଖ୍ୟାକୁ ଶୂନ୍ୟ କରିବା, ଶିଶୁକୁ ହିଂସା ଓ ଶୋଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ। ରଥଯାତ୍ରା ସମୟରେ ଯେପରି ପିଲାମାନେ ସୁରକ୍ଷା ଓ ସୁବିଧା ରେ ଦର୍ଶନ ଓ ଯାତ୍ରା କୁ ଉପଭୋଗ କରିପାରିବେ, ଶିଶୁ ଚାଲାଣ କୁ ପ୍ରତିହତ କରିବା, ଯଦି କେହି ପିଲା ପରିବାର ଠାରୁ ଅଲଗା ହୁଅନ୍ତି ତେବେ ତାହାର ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ୨୫ ଜଣ  ସ୍ବେଛାସେବୀ ନିୟୋଜନ ବ୍ୟବସ୍ଥା ହୋଇଛି ବୋଲି ସେ କହିବା ସହ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

ଏଥିରେ ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ,ଶିଶୁ କଲ୍ୟାଣ କମିଟିର ସଦସ୍ୟ ରମା ଶଙ୍କର ପାତ୍ର,ଶକ୍ତିପାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ।ପୂର୍ବରୁ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ଉତ୍କଳ ବାଳାଶ୍ରମ ପରିଦର୍ଶନ ସହ  ସ୍ବେଛାସେବୀ ପ୍ରଶିକ୍ଷଣ ପ୍ରକ୍ରିୟା କୁ ଅନୁଧ୍ୟାନ କରିଥିଲେ।ଭୋଳାନାଥ  ସ୍କୁଲରେ ସଚେତନତା ଷ୍ଟଲ ଖୋଲାଯିବ।ସେଥିରେ   ଶିଶୁ ସୁରକ୍ଷା ଉପରେ   ଆଲୋଚନା  ଏବଂ ସଚେତନତା କାର୍ଯ୍ୟକ୍ରମ  ହେବ ବୋଲି ସୂଚନା ଦିଆଯାଇଥିଲା।

Attachments area

Leave A Reply

Your email address will not be published.