ବିପୁଳ ଉତ୍ସାହ ଉଦ୍ଦୀପନା  ସହ ଦିଲ୍ଲୀ ରେ ରଥଯାତ୍ରା ସମ୍ପନ୍ନ                   

ନୂଆ ଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା (ଆ. ପ୍ର )ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏନ. ସି. ଆର ରେ ଥିବା ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ମାନଙ୍କ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ପାରମ୍ପରିକ ରୀତି, ନୀତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି.  ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା କଟକଣା ଯୋଗୁ  ବିନା ଭକ୍ତ  ବିଧି ଓ ପରମ୍ପରା କୁ ରକ୍ଷା କରାଯାଇ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କରୋନା ସାମାନ୍ୟ ହ୍ରାସ ଯୋଗୁ ଠାକୁର ମାନଙ୍କ ପହଣ୍ଡି ବିଜେ ଓ ରଥ ଟାଣିବା  ଓ ଦେଖିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧlଳୁ ମାନଙ୍କ ଭିଡ଼ ସ୍ଥାନୀୟ ହlଉଜ଼ଖାସ  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଦେଖିବାକୁ ମିଳିଥିଲା. କ୍ରମସ୍ୟ ଅପରାହ୍ନ ବେଳକୁ ମନ୍ଦିର ଠାରୁ ଅରବିନ୍ଦମାର୍ଗ ଯାଏ ଲୋକlରଣ୍ୟ ହୋଇ ଉଠିଥିଲା. ପୁରୀ ଶ୍ରୀ ମନ୍ଦିର ର ରୀତି ନୀତି ଭଳି ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହୋଇ ଆସୁଥିବା ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ପରିଚାଳିତ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ରଥଯାତ୍ରା ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରି ଆସୁଥିବା ବେଳେ ବର୍ଷ କୁ ବର୍ଷ ଏଠାରେ ଭକ୍ତ ଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ନଜର ରହିଛି. ଗତକାଲି ପ୍ରତ୍ୟୁଷ ରୁ ଶ୍ରୀ ବିଗ୍ରହ ମାନଙ୍କ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳପୂଜା, ଓ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ପରେ ମନ୍ଦିର ସମ୍ମୁଖ ରେ ଥିବା ଅଠରଫୁଟ ବିଶିଷ୍ଟ ସୁ ସଜ୍ଜିତ ରଥକୁ ପ୍ରଥୀଷ୍ଠl କରାଯାଇଥିଲା. ପୂର୍ବାହ୍ନ ରେ ମଙ୍ଗଳlର୍ପଣ, ମଧ୍ୟାନ୍ନ ଧୂପ ଓ ଚିତା ଲାଗି ହୋଇ ଶ୍ରୀ ଜୀଉ ମାନଙ୍କୁ ଧାଡିପହଣ୍ଡି ରେ ଅଣାଯାଇ ରଥlରୁଢ଼ କରାଯାଇଥିଲା. ହଜାର ହଜାର ଭକ୍ତ ମାନଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, ଘଣ୍ଟ ଓ କୀର୍ତ୍ତନ ବlଜlବାଜଣା ଧ୍ଵନି ମଧ୍ୟରେ ସମଗ୍ର ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା. ବୈଦିକମନ୍ତ୍ର ଉଚ୍ଚାରଣ ମଧ୍ୟରେ  ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ରାଜାବେଶ ହୋଇ ପାରମ୍ପରିକ ରୀତି ଅନୁଯାୟୀ ଛେରାପହଁରା  ନୀତି କରିଥିଲେ. ଅପରାହ୍ନ ଦୁଇଟା ତିରିଶମିନଟ  ସମୟରେ ରଥଟଣା  ଯାଇ ଅରବିନ୍ଦ ମାର୍କେଟ ସାଇଡ ଦେଇ ଗ୍ରୀନପାର୍କ ମୁଖ୍ୟ ରାସ୍ତା, ୟୁସଫସରାଇ ମୁଖ୍ୟ ବଜାର ଅରବିନ୍ଦ ମାର୍ଗ ଦେଇ ଏ. ଆଇ. ଆଇ. ଏମ. ଏସ (A. I. I. M. S)ପର୍ଯ୍ୟନ୍ତ ଯାଇ ପୁନଶ୍ଚ ମନ୍ଦିର ବେଢା କୁ ସନ୍ଧ୍ୟା ରେ ପ୍ରତ୍ୟାଗମନ କରାଯାଇଥିଲା. ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବାହ୍ନ ଏଗାର ଟା ଠାରୁ ସନ୍ଧ୍ୟା ଯାଏ ଆଗନ୍ତୁକ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ଖେଚୁଡ଼ି, ଡାଲମା ଓ ହାଲୁଆ ଭୋଗ ସହ ଶୀତଳ ପାନୀୟ ଜଳ ବିତରଣ କରାଯାଇଥିଲା. ଏହି ପବିତ୍ର ଯାତ୍ରରେ ଅଗଣିତ ଶ୍ରଦ୍ଧାଳୁ ଯୋଗ ଦେଇ ଖୁସିରେ ବିଭୋର ହୋଇ ନୃତ୍ୟ ପରିବେଷଣ  କରିବା ପରିଲିକ୍ଷିତ ହୋଇଥିଲା. ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ  ଏହାର କlମଚଳା ସଭାପତି ବିଘ୍ନେଶର ରାଉତ,ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ଅଭୟ ପ୍ରଧାନ ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, କୋଷାଧକ୍ଷ ପଙ୍କଜ ମହାନ୍ତି,ସଦସ୍ୟ ତଥା ସର୍ବୋଚ୍ଚ ନ୍ୟୟାଳୟ ର ବରିଷ୍ଠ ଆଇନଜିବୀ  ଜିତେନ୍ଦ୍ର ମହାପାତ୍ର, ବିଜୟ ସାହୁ, ରଙ୍କନିଧି ସାହୁ, ଦିଲ୍ଲୀପ ସ୍ବାଇଁ, ଅଶୋକ ପ୍ରଧାନ, କ୍ଷୀରୋଦ ପାତ୍ର, ସୁକାନ୍ତ ସାହୁ, ଅଭିରାମ ସୁତାର, ନିଶିଧ କୁମାର ଦାସ, କିଶୋର ସାମଲ, ଆମ୍ବୁଲ୍ୟ ଓଝା ଙ୍କ ସହ  ମନ୍ଦିର ପରିଚାଳକ  ରଶ୍ମୀରଞ୍ଜନ ବେହେରା,ମନ୍ଦିର ର ସମସ୍ତ କର୍ମଚାରୀ ଓ ସେବାୟତ ମାନେ ଉପସ୍ଥିତ ରହି ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା  ସହ ପରିଚାଳନା କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଥିବା ବେଳେ ସ୍ଥାନୀୟ ହlଉଜ଼ଖାସ ପୋଲିସ ପ୍ରଶାସକ ଙ୍କ ତରଫରୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା. ଏତତ ବ୍ୟତୀତ ଶ୍ରୀ ନୀଳାଚଳ ସେବା ସଂଘ ପକ୍ଷରୁ ବହୁ ସିକ୍ୟୁରୁଟି ଗାର୍ଡ ଓ ପାଞ୍ଚସହ  ସ୍ବେଛାସେବୀ ଭାଇ  ଭଉଣୀ ମାନେ ମନ୍ଦିର ର ବିଭିନ୍ନ ସ୍ଥାନରେ ଓ ରଥ ନିକଟରେ ରହି କାର୍ଯ୍ୟକ୍ରମ କୁ ନିଷ୍ଠାପର ଭାବେ ପରିଚାଳନା କରିଥିବା ଦେଖା ଦେଇଥିଲା.  ରଥଯାତ୍ରା ଉତ୍ସବ ର ଧାରାବାହିକ ବିବରଣୀ ଅନନ୍ୟl ସlରସ୍ବତ ସାଧିକା  ସୁଶ୍ରୀ ସରୋଜିନୀ ପାଣି, ଓ ବରିଷ୍ଠ ସାମ୍ବାଦିକ ଲଷ୍ମୀ ନାରାୟଣ ବେବର୍ତ୍ତା ପ୍ରଦାନ କରିଥିଲେ.ଦଶଟା ଯାଏ ଭକ୍ତ ମାନେ ଆସି ରଥଉପରେ  ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ଦର୍ଶନ କରିଥିଲେ.

Leave A Reply

Your email address will not be published.