ଜଟଣୀ ନିର୍ଵାଚନ ନିର୍ବାଚନ ମଣ୍ଡଳୀ ୮ନଂ ଜୋନ ଅଧୀନ କନ୍ତିଆ ଠାରୁ ଭାୟା ରଥୀପୁର ହୋଇ କୁସୁମାଟି ପଞ୍ଚାୟତ ପର୍ଯ୍ୟନ୍ତ ୪କୋଟି ୩ଲକ୍ଷ ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ ହେବାକୁ ଥିବା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ନୟ ଅଭାବରୁ ବାଧାପ୍ରାପ୍ତ ହୋଇ ଗ୍ରାମବାସୀ ମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ବିଷୟରେ ମାନ୍ୟବର ସାଂସଦ ଭୁବନେଶ୍ୱର ଅପରାଜିତ ଷଡ଼ଙ୍ଗୀ ମ୍ୟାଡ଼ାମ ଏବଂ ବିଧାୟକ ପାର୍ଥି ବିଶ୍ୱରଞ୍ଜନ ବଡ଼ଜେନା ଙ୍କୁ ଅବଗତ କରାଇବା ପରେ ଆଜି ପଞ୍ଚାୟତ ପରିଦର୍ଶନ କରି ଉଭୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରି ଅଗଷ୍ଟ ମାସ ସୁଧା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ କରି ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ଆଲୋଚନା କରିଲେ।ଏହି ଅବସରରେ ମଣ୍ଡଳ ସଭାପତି ପ୍ରଦୋଷ ଜେନା, ଜିଲ୍ଲା ସମ୍ପାଦକ ମନୋଜ ନନ୍ଦ ଭାଇନା,ପଞ୍ଚାୟତ ପ୍ରମୁଖ ଚିତ୍ତରଞ୍ଜନ ସାହୁ,ସମାଜସେବୀ ପଦ୍ମଚରଣ ସୁବୁଦ୍ଧି, ଯୁବମୋର୍ଚ୍ଚା,ସ୍ଥାନୀୟ ନେତୃବୃନ୍ଦ,କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।