ଟ୍ରେନ ଭିତରେ ଛୁରା ମାଡ଼,ଜଣେ ମୃତ୍ୟୁ,ଗଞ୍ଜାମ ପୋଲିସ ଦ୍ୱାରା ଅଭିଯୁକ୍ତ ଅଟକ

ଗଞ୍ଜାମ:ଯାତ୍ରୀବାହୀ ଟ୍ରେନ ଭିତରେ ଛୁରା ମାଡ଼, ଜଣେ ମୃତ୍ୟୁ । ଚେନାଇ -ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରାଙ୍କ ମଧ୍ୟ୍ୟରେ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା | ଜଣେ ଯାତ୍ରୀ ଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଯାତ୍ରୀ ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ବାହାଦୁରପୁର ଅଞ୍ଚଳର ପ୍ରଶ୍ନନଜିତ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଉଦ୍ଧାର କରି ଆରପିଏଫ ଛତ୍ରପୁର ମେଡିକାଲ ରେ ଭର୍ତି କରିଥିଲେ ତେବେ ଚିକିତ୍ସା ଧୀନ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ କାରୀ ହେଲେ ରାଜୀବ ଗରାଇ କୁ ଗଞ୍ଜାମ ଥାନା ପୋଲିସ  ଅଟକ ରଖି ପଚରାଉଚରା କରୁଛି ।ତେବେ ଏହି ଘଟଣା ପରକିୟା ପ୍ରିତିରୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଟ୍ରେନ ମଧ୍ୟରେ ନିଜ  ସ୍ତ୍ରୀ ସହ ଅନ୍ୟଜଣେ ଯୁବକଙ୍କ  ଅନୈତିକ ସମ୍ପର୍କ ସହ୍ୟ କରିପାରିନଥିଲେ ସ୍ୱାମୀ।ଫଳରେ ବ୍ୟାଗ ଭିତରେ ରଖିଥିବା ଛୁରୀ ବାହାର କରି ଉକ୍ତ ଯୁବକକୁ ଛୁରୀ ଭୂସୀ ହତ୍ୟା କରିଥିବା ନେଇ ଆଲୋଚନା ହେଉଛି। ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମିଳିଥିବା ସୂଚନାନୁଯାୟୀ ରାଜୀବ ଗୋରାଇଙ୍କ ସ୍ତ୍ରୀ ବନ୍ଦନାଙ୍କ ସହ  ମୃତ ପ୍ରଶ୍ନଜିତ ମଧ୍ୟରେ ଫେସବୁକ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଫୋନରେ ପ୍ରେମ ସମ୍ପର୍କିତ ବାର୍ତ୍ତାଳାପ ହୋଇ ଆସୁଥିଲା।ରାଜୀବ ଗୋରାଇଙ୍କ ଶରୀର ଅସୁସ୍ଥ ଥିବା ପ୍ରେମିକା  ଚେନାଇରେ ଥିବା ନିଜ ପ୍ରେମିକକୁ  କହିଥିଲେ।ପ୍ରେମିକାଙ୍କ କଥାଶୁଣି ସ୍ୱାମୀଙ୍କୁ ଧରି ଚେନାଇ ଆସି ଉତ୍ତମ ଚିକିତ୍ସା କରାଇବା ବୋଲି କହି ଡାକିଥିଲେ ପ୍ରେମିକ l  ଫଳରେ ପ୍ରେମିକା ନିଜ ବାପା ପାଲନ ଗୋରାଇ  ଓ ସ୍ବାମୀଙ୍କ ସହ ଚେନାଇ ଯାଇ ଚିକିତ୍ସା ହୋଇ ୧୨୮୪୦ ନମ୍ବର ବିଶିଷ୍ଟ ଚେନାଇ ହାୱାଡା ମେଲ ଯୋଗେ ପଶ୍ଚିମବଙ୍ଗରୁ  ଫେରୁଥିବା ବେଳେ ନିଜ ସ୍ତ୍ରୀ ସହିତ ପ୍ରଶ୍ନଜିତ ଖରାପ କାମ କରୁଥିବା ଦେଖି ଏଥିରେ ଉତ୍କ୍ଷିପ୍ତ ହୋଇ ରାଜୀବ ଛତ୍ରପୁର ଷ୍ଟେସନ ଠାରେ ପେଟକୁ ଛୁରୀ ଭୂସୀ ଦେଇଥିଲେ।ଫଳରେ ଟ୍ରେନରେ ଥିବା ଯାତ୍ରୀ ମାନେ ସଙ୍ଗେସଙ୍ଗେ ଟ୍ରେନ ପୁଲିଙ୍ଗ କରିବା ସହ ଗାର୍ଡ ଓ ଲୋକ ପାଇଲେଟଙ୍କୁ ଖବର ଦେଇଥିଲେ।ଗଂଜାମ ଷ୍ଟେସନରେ ଟ୍ରେନ ରହିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ପ୍ରଶ୍ନଜିତଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଛତ୍ରପୁର ମେଡିକାଲ ପଠାଇଥିଲେ  ଗଂଜାମ ଷ୍ଟେସନ ମାଷ୍ଟର l ସେଠାରେ ଚିକିତ୍ସିତ ଅବସ୍ଥାରେ ପ୍ରଶ୍ନଜିତ ଗୋରାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବରପାଇ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜୀବ ଙ୍କୁ କାବୁକରି ଜି ଆର୍ ପି ପୋଲିସ ଙ୍କୁ ହସ୍ତାନ୍ତର କରିଛନ୍ତି।

Leave A Reply

Your email address will not be published.