ଖତ ସାର କେଳେଙ୍କାରୀ ନନ୍ଦିନୀରେ ପ୍ରକାଶ ପରେ, ତଦନ୍ତ ପାଇଁ ପହଞ୍ଚିଲା ବଙ୍ଗୋମୁଣ୍ଡା ଗରିବ ସେନା 

କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ଅଞ୍ଚଳରେ ନିମ୍ନମାନର ଖତ ସାରକୁ ଚଢାଦରରେ ବିକ୍ରି ହେଉଥିବା ନନ୍ଦିନୀ ଖବର କାଗଜରେ ପ୍ରକାଶ ପାଇବାରୁ ସ୍ଥାନୀୟ ଗରିବ ସେନା ଦେଢ଼ଗାଁ ସମବାୟ ସମିତିକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି, କେତେ ଚାଷୀ ଖତ ସାର ପାଇଛନ୍ତି କେତେ ଚାଷୀ ବର୍ତ୍ତମାନ ସୁଦ୍ଧା ପାଇନାହାନ୍ତି ତଥା କେତେ ସାର ଷ୍ଟକ ରହିଛି ସବୁ ଟିକିନିକି ଯାଞ୍ଚ କରିଛନ୍ତି, ଆଗାମୀ ଦିନରେ ଚାଷୀମାନେ ଚାଷୀଙ୍କ ମୌଳିକ ଅଧିକାରକୁ ନେଇ ଲଢେଇ କରିବା ପାଇଁ ଗରିବ ସେନା ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ସଭାପତି ଦିନେଶ ତାଣ୍ଡି, ଛବି ବେହେରା, ବୁଲୁକର ହିଁଆଲ, ଭୂତେସ୍ଵର ପୁଟେଲ, ଛାର ହିଁଆଲ, ସୁନାଧର ହିଁଆଲ, ଥାନ ସେଲମା, ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରିଛନ୍ତି, ସୂଚନା ଯୋଗ୍ୟ ଯେ ଡୁପ୍ଲିକେଟ ସାର ମାର୍କେଟରେ ଛାଇ ଯାଇଛି ଚାଷୀ ଯେତେ ଖର୍ଚ୍ଚାନ୍ତ ହୋଇ ଚାଷ କରୁଛନ୍ତି କିଛି ଲାଭ ହେଉ ନାହିଁ ତେଣୁ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି, ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀମାନେ ଆମ ପ୍ରତିନିଧିଙ୍କ ଫୋନ ଗ୍ରହଣ କରୁନାହାନ୍ତି, ଫୋନ କରିବା ପରେ ପୁଣି ଥରେ ଫୋନ କଲେ ସୁଇଚ ଓଫ ବତାଉଛି ସମ୍ପୃକ୍ତ ଅଧିକାରୀମାନଙ୍କ ଫୋନ, ତେଣୁକରି ଆହୁରି ସନ୍ଦେହ ଉପୁଜିଛି ଯେ କିଛି ନା କିଛି ଘଟିଛି ତେଣୁକରି ଏଭଲି ବ୍ୟବହାର କରୁଛନ୍ତି,

Leave A Reply

Your email address will not be published.